www.samajalive.in
Sunday, December 14, 2025
26.1 C
Bhubaneswar

ମିଳିଲା କେରଳ ଭୂସ୍ଖଳନରେ ନିଖୋଜ ଓଡିଆ ଡାକ୍ତରଙ୍କ ମୃତଦେହ

ଡେସ୍କ: କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ତେବେ ବିଷ୍ଣୁ ପ୍ରସାଦଙ୍କ ବନ୍ଧୁ ସ୍ୱାଧୀନ ପଣ୍ଡାଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ।

ସୂଚନା ମୁତାବକ, ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଏବଂ ଡାକ୍ତର ସ୍ୱାଧୀନ ପଣ୍ଡା ଓ ପତ୍ନୀ ସ୍ୱୀକୃତି ମହାପାତ୍ର ଚଳିତ ଜୁଲାଇ ମାସ ୨୬ ତାରିଖରେ ବେଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ। ସେମାନେ ସେଠାରୁ କେରଳ ଯାଇ ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ। ସୋମବାର ରାତିରେ କେରଳର ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ହେବା ଯୋଗୁ ମାଟି ମିଶା ବନ୍ୟା ପାଣି ବିଭିନ୍ନ ଜନବସତୀ ଅଂଚଳକୁ ମାଡ଼ି ଆସିଥିଲା। ଫଳରେ ସମସ୍ତେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ପ୍ରିୟଦର୍ଶିନୀ ପାଲ ଓ ସ୍ୱୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଏବେ କେରଳର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ବେଳେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।

ଶାବକ ଜନ୍ମ ଦେଲା ଶାର୍କ, ଦେଖନ୍ତୁ କିପରି ଥିଲା ଦୃଶ୍ୟ

- Advertisement -

ଇତିମଧ୍ୟରେ କେରଳର ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫୬ ଅତିକ୍ରମ କରିଥିବା ଜଣାପଡିଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/8tkc88wC0L7089V56S8SyG

https://chat.whatsapp.com/K41LU4b2UqfBkJrbOSIO4z

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories