ଶାଶ୍ଵତ ମିଶ୍ର ହେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ, ରାଜପୁତ ରାଜ୍ୟପାଳଙ୍କ ପ୍ରମୁଖ ସଚିବ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ୧୯୯୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ ଅଧିକାରୀ ଶାଶ୍ଵତ ମିଶ୍ରଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି। ମିଶ୍ରଙ୍କୁ ଅର୍ଥ ବିଭାଗ ଏବଂ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି।

ଅନ୍ୟପଟେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ୧୯୯୯ ବ୍ୟାଚର ଆଇଏଏସ ଅଧିକାରୀ ଏନବିଏସ ରାଜପୁତଙ୍କୁ ନିଯୁକ୍ତ କରାଯାଇଛି। ରାଜପୁତ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ଡେପୁଟେସନରୁ ଫେରିବା ପରେ ତାଙ୍କୁ ଏହି ଦାୟିତ୍ଵ ପ୍ରଦାନ କରାଯାଇଛି।

Comments are closed.