www.samajalive.in
Sunday, December 7, 2025
13.1 C
Bhubaneswar

ଜୟପୁର-ନବରଙ୍ଗପୁର-ମାଲକାନଗିରି ରେଳପଥ ନିର୍ମାଣ: ଜମି ଅଧିଗ୍ରହଣ ତ୍ୱରାନ୍ୱିତ ପାଇଁ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ନବରଙ୍ଗପୁର: ୨୦୧୬ ମସିହାରୁ ଚୁକ୍ତି ହୋଇ ମନ୍ଥର ଗତିରେ ଚାଲୁଥିବା ଜୟପୁର- ନବରଙ୍ଗପୁର ରେଳପଥ କାର୍ଯ୍ୟକୁ ତ୍ଵରାନ୍ବିତ କରି ଅତି ଶୀଘ୍ର ଜମି ଅଧିଗ୍ରହଣ  କାର୍ଯ୍ୟ ଆରମ୍ଭ ଦିଗରେ ପଦକ୍ଷେପ ନେବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଲୋକସେବା ଭବନରେ ଭେଟି ନିବେଦନ କରିଛନ୍ତି ନବରଙ୍ଗପୁର ବିଧାୟକ  ଗୌରୀ ଶଙ୍କର ମାଝି। ଏସମ୍ପର୍କରେ ସେ ମନ୍ତ୍ରୀ ଜେନାଙ୍କୁ ଲିଖିତ ଭାବରେ ଜଣାଇଛନ୍ତି।  ଚଳିତ ବଜେଟରେ ରାଜ୍ୟ ସରକାର  ଜୟପୁର- ନବରଙ୍ଗପୁର ଓ ଜୟପୁର -ମାଲକାନଗିରି ଓ ଅନ୍ୟାନ୍ୟ ରେଳପଥ କାର୍ଯ୍ୟ ପାଇଁ ୬୦୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ବିଧାୟକ ମାଝୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ଦୁଇଟି ରେଳ ପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇନାହିଁ । ଫଳରେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର  ନବରଙ୍ଗପୁର ଓ ମାଲକାନଗିରି ଦୁଇଟି ଉପାନ୍ତ ଜିଲାବାସୀ ରେଳସେବାରୁ ବଞ୍ଚିତ ହୋଇରହିଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ୨୦୧୬ ରେ ଚୁକ୍ତିନାମା କରିଥିବାବେଳେ ଦୀର୍ଘ ୮ ବର୍ଷ ପରେ ମଧ୍ୟ ଜମି ଅଧିଗ୍ରହଣ ହୋଇପାରୁ ନ ଥିବାରୁ ଏହି ଦୁଇଟି ପଛୁଆ ଜିଲାର ସ୍ୱପ୍ନ ପୂରଣ ହୋଇପାରିନାହିଁ। ତେଣୁ ତୁରନ୍ତ ଜମି ଅଧିଗ୍ରହଣ ହେଲେ ଏହି ଦୁଇଟି ଜିଲାରେ ରେଳ ସଂଯୋଗ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହି ଅବସରରେ ବିଜେପି ଯୁବନେତା ମାନସ ଦାସ ଉପସ୍ଥିତ ରହି ଆଲୋଚନା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories