www.samajalive.in
Sunday, December 7, 2025
26.1 C
Bhubaneswar

ବିବାଦୀୟ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡକର ନିଖୋଜ

ନୂଆଦିଲ୍ଲୀ : ବିବାଦୀୟ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡକର ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି। ସିଭିଲ୍‌ ସର୍ଭିସ ପରୀକ୍ଷାରେ ମନୋନୀତ ହେବା ଲାଗି ବିଭିନ୍ନ ପ୍ରକାର ଜାଲିଆତି କରିଥିବାର ଅଭିଯୋଗ ପୂଜାଙ୍କ ବିରୋଧରେ ହୋଇଛି। ଅଭିଯୋଗ ଆସିବା ପରେ ପୂଜାଙ୍କୁ ତାଙ୍କ ପଦରୁ ହଟାଯିବା ସହିତ ତାଙ୍କ ବିରୋଧରେ ଦିଲ୍ଲୀରେ ଫୌଜଦାରୀ ମାମଲା ରୁଜୁ କରାଯାଇଛି। ଏହା ସହିତ ତାଙ୍କୁ ମସୌରିସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀରେ ହାଜର ହେବା ଲାଗି ନିର୍ଦେଶ ଦିଆଯାଇଥିଲା। ନିର୍ଦେଶ ଅନୁଯାୟୀ ପୂଜା ଜୁଲାଇ ୨୩ (ମଙ୍ଗଳବାର) ମସୌରି ଏକାଡେମୀରେ ହାଜର ହେବାକୁ ଥିଲା। ମାତ୍ର ପୂଜା ଏକାଡେମୀରେ ହାଜର ହୋଇ ନାହାନ୍ତି। ଫଳରେ ସେ କେଉଁଆଡେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ୟୁପିଏସ୍‌ସି ପରୀକ୍ଷା ଦେବା ଲାଗି ସେ ତାଙ୍କ ପରିଚୟରେ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ୟୁପିଏସ୍‌ସି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହା ସହିତ ତାଙ୍କ ଆଇଏଏସ୍‌ ପ୍ରଶିକ୍ଷଣକୁ ବାତିଲ କରାଯାଇଛି। ତାଙ୍କୁ ଏକାଡେମୀକୁ ଫେରିଆସିବା ଲାଗି କୁହାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories