www.samajalive.in
Monday, December 15, 2025
24.1 C
Bhubaneswar

ସତେଜ ନା ବାସି ; କେଉଁମାନେ ବାସି ରୁଟି ଖାଇବା ବରଦାନ..

ଅଧିକାଂଶ ସମୟରେ ଯେତେ ଚେଷ୍ଟା କଲେ ମଧ୍ୟ ରାତିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସକାଳ ପର୍ଯ୍ୟନ୍ତ ବଳକା ରହିଥାଏ । କିଛି ଲୋକେ ଏହାକୁ ଫିଙ୍ଗି ଥାଆନ୍ତି ତ କିଛି ଲୋକେ ଏହାକୁ ଫ୍ରିଜରେ ରଖି ପରଦିନ ଖାଇ ଥାଆନ୍ତି । କିଛି ଲୋକେ ନିୟମିତ ବାସି ରୁଟି ଖାଇ ଥାଆନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ବାସି ରୁଟି ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ । ତେବେ କେଉଁ ମାନଙ୍କ ପାଇଁ ବାସି ରୁଟି ବରଦାନ ଭଳି ଜାଣନ୍ତୁ..

କୁହାଯାଏ ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ରୁଟି ରହିବା ଦ୍ୱାରା ଏଥିରେ ଆରଏସ ମାତ୍ରା ବୃଦ୍ଧି ପାଇଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ପାଇଁ ଉତ୍ତମ । ତେଣୁ ସକାଳର ଜଳଖିଆରେ ୧୦ ରୁ ୧୨ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ବାସି ରୁଟି ଖାଇବା ହିତକାରକ ।

- Advertisement -

ଯେଉଁମାନଙ୍କର ମଧୁମେହ ସମସ୍ୟା ରହିଛି, ସେମାନେ ବାସି ରୁଟି ଖାଇବା ଅଧିକ ଲାଭଦାୟକ । ଏହାକୁ ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ । ତେଣୁ ବାସି ଖାଇବା ଦ୍ୱାରା ଲାଭ ମିଳିଥାଏ ।

ରାତି ଗୋଟାଏ ପରେ ଅଛି କି ଶୋଇବା ଅଭ୍ୟାସ? ଜାଣନ୍ତୁ..

ଯେଉଁମାନଙ୍କର ହଜମ, ପେଟ ଜନିତ ସମସ୍ୟା ରହିଛି, ସେମାନଙ୍କ ପାଇଁ ମଧ୍ୟ ବାସି ରୁଟି ଖୁବ୍‌ ଉତ୍ତମ । ବାସି ରୁଟିରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟ ହଜମ ପାଇଁ ଆବଶ୍ୟକୀୟ ବ୍ୟାକ୍ଟେରିଆ ପାଇଁ ଲାଭଦାୟକ ।

ଯେଉଁ ମାନଙ୍କର ପେଟ ଜନିତ ସମସ୍ୟା ରହିଛି, ସେମାନଙ୍କୁ ମଧ୍ୟ ବାସି ରୁଟି ଖାଇବା ଉଚିତ୍‌ । ବାସି ରୁଟି ସହଜରେ ହଜମ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍‌, କୋଷ୍ଠକାଠିନ୍ୟ, ବ୍ୟସ୍ତତା ଅନୁଭବ ହେବା ଭଳି ସମସ୍ୟା ହୋଇନଥାଏ । ପାଚନ ତନ୍ତ୍ର ମଧ୍ୟ ସୁସ୍ଥ ରହିଥାଏ ।

ଓଜନ ହ୍ରାସ ପାଇଁ ବାସି ରୁଟି ବେଶ ଲାଭଦାୟକ। ଏଥିରେ ପ୍ରୋଟିନ୍‌‌ ଓ ଫାଇବର ରହିଛି। ଫଳରେ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିଥାଏ। ବାରମ୍ବାର ଭୋକ ହୋଇ ନଥାଏ। ଏହା ମେଟାବୋଲିଜିୟମ ପ୍ରକ୍ରିୟାକୁ ସଠିକ୍‌‌ ରଖିଥାଏ। ଫଳରେ ପେଟର ଚର୍ବି ହ୍ରାସ ସହ ମୋଟାପଣ ମଧ୍ୟ ହ୍ରାସ କରିଥାଏ।
ବାସି ରୁଟି ଖାଇବା ଦ୍ୱାରା ଏସିଡିଟି ଦୂର ହୋଇଥାଏ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories