www.samajalive.in
Saturday, December 13, 2025
26.1 C
Bhubaneswar

ମଦଦୋକାନ ଲୁଟ୍ ଘଟଣାରେ ୩ ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ଢେଙ୍କାନାଳ ସଦର: ଢେଙ୍କାନାଳ ସଦର ସନ୍ନିକଟ ଶକ୍ତିସୁଗାର ନିକଟରେ ମଦ ଦୋକାନରୁ ଲୁଟ୍ ହୋଇଥିବା ଘଟଣାରେ ୩ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ୍ ସଦର ଥାନାର ବିମ୍ବୋଳ ନିକଟରୁ ଗିରଫ କରିଛି। ଗିରଫ ଅପରାଧିଙ୍କ ନିକଟରୁ ଗୋଟିଏ ବୋଲେରୋ ମାକ୍ସ ପିକ୍ଅପ୍, ୨୨ପେଟି ମଦ, ୭୨ହଜାର ଟଙ୍କା, ୩ଟି ମୋବାଇଲ୍, ଗୋଟିଏ ମେଟାଲିକ୍ କଟର ଓ ଗୋଟିଏ ରଡ୍ ଜବତ କରାଯାଇଛି। ଗିରଫ ଦୁର୍ଦ୍ଦାନ୍ତ ଅପରାଧିଙ୍କ ନାଁରେ ରାଜ୍ୟରେ ବିଭିନ୍ନ ଥାନାରେ ଲୁଟ୍ ମାମଲା ରହିଥିବା ପୋଲିସ୍ ହାତରେ ସୂଚନା ଲାଗିଛି। ଢେଙ୍କାନାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଢେଙ୍କାନାଳ ସହରରେ ଥିବା ଏକ ମଦ ଦୋକାନରୁ ଗତ ୧୯ତାରିଖ ରାତିରେ ଲୁଟେରାମାନେ ସଟର ଭାଙ୍ଗି ୨୨ପେଟି ମଦ ଲୁଟ୍ କରିବା ସହିତ କ୍ୟାସ୍ କାଉଁଟରରେ ଥିବା ୧ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ସେହି ଘଟଣାରେ ଟାଉନ୍ ପୋଲିସରେ ୪୫୬/୨୪ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ୍ ଏହି ମାମଲାର ତଦନ୍ତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅପରାଧିମାନେ ହେଲେ ବାବୁ ଓରଫ୍ ତପନ କୁମାର ସେଠି (୪୯), ରିଙ୍କୁ ଓରଫ ଜଗବନ୍ଧୁ ବିଶୋଇ ଏବଂ ସୁବାଷ ଚନ୍ଦ୍ର ଦାସ ବୋଲି ଜଣାପଡିଛି। ତପନର ଘର ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଓଡ଼ାପଡ଼ା ଗାଁରେ, ତପନ ନାଁରେ ୨୦୧୦ ମସିହାରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଲୁଟ୍, ରାହାଜାନୀ ଓ ଚୋରି ଆଦିରେ ସେ ସଂପୃକ୍ତ ଅଛନ୍ତି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା, କ୍ୟାପିଟାଲ୍ ଥାନା, କଟକର ଓଲଟପୁର ଥାନା ଏବଂ ବାଦାମବାଡି ଥାନାରେ ତାଙ୍କ ନାଁରେ ସଂଗୀନ ମାମଲା ରହିଛି । ଅଭିଯୁକ୍ତ ଜଗବନ୍ଧୁ ବିଶୋଇ ଓରଫ ରିଙ୍କୁର ଘର ପୁରୀଘାଟ ଥାନା ପିଠାପୁର ଅଂଚଳରେ। ରିଙ୍କୁ ନାଁରେ କଟକ, ଜଗତ୍ସିଂହପୁର ଏବଂ ବାଲେଶ୍ୱର ଜିଲ୍ଲାରେ ୯ଟି ଅପରାଧିକ ମାମଲା ରହିଛି। ତୃତୀୟ ଅଭିଯୁକ୍ତ ସୁବାଷର ଘର କେନ୍ଦ୍ରାପଡ଼ା ଥାନା ଗୋଲ୍ନଗର ଅଂଚଳରେ। ସୁବାଷ ନାଁରେ ଯାଜପୁର ଜିଲ୍ଲା କୁଆଖିଆ ଥାନାରେ ୨ଟି ମାମଲା, କଟକ ନିଶ୍ଚନ୍ତକୋଇଲି ଥାନାରେ ୨୦୦୭ ମସିହାରୁ ଅନ୍ୟ ଏକ ମାମଲା ରହିଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି। ଅନ୍ୟଜଣେ ଅଭିଯୁକ୍ତ ପୋଲିସକୁ ଚକମା ଦେଇ ଖସି ଯାଇଛି ବୋଲି ପୋଲିସ୍ ସୂଚନା ଦେଇଛି।

ଅଭିଯୁକ୍ତମାନଙ୍କ ନିକଟରୁ ଲୁଟରେ ବ୍ୟବହାର ହୋଇଥିବା ବୋଲେରୋ ମାକ୍ସ ପିକ୍ଅପକୁ ବିମ୍ବୋଳ ନିକଟରେ ଘଟଣା ଦିନ ଜବତ କରାଯାଇଥିଲା। ଗାଡିରେ ଥିବା ବିଭିନ୍ନ ବ୍ରାଣ୍ଡର ୨୨ପେଟି ମଦ ଜବତ ହୋଇଛି। ସେମାନେ ବ୍ୟବହାର କରୁଥିବା ୩ଟି ମୋବାଇଲ ସହିତ ତାଙ୍କ ନିକଟରୁ ୭୨ ହଜାର ୫୭୦ ଟଙ୍କା ଜବତ କରାଯାଇଛି। ସଟର କାଟିବା ପାଇଁ ମେଟାଲିକ୍ କଟର ସହିତ ଛୋଟ ଓ ବଡ଼ କ୍ରୋଓବାଡ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ଏସ୍ଡିପିଓ ବିଭୂତି ଭୂଷଣ ମହାପାତ୍ର, ଟାଉନ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories