www.samajalive.in
Saturday, December 6, 2025
15.1 C
Bhubaneswar

ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା, ରାସ୍ତା ଅବରୋଧ ଜାରୀ

ଭବାନୀପାଟଣା: ଗତରାତିରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟିବା ଘଟଣାରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ସହିତ ରାସ୍ତା ଅବରୋଧ ଏବେବି ଜାରୀ ରହିଛି। ଟ୍ୟାଙ୍କର ଚାପାରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ଆହତ ଜଣେ ଯୁବତୀ ଏସଆରଏମ ମେଡିକାଲ୍ କଲେଜ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟଜଣେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛି।

ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୮ଟା ୩୦ ସମୟରେ ଏକ ଟ୍ୟାଙ୍କର ଦେପୂର – ପାଷ୍ଟିଗୁଡ଼ି ରାସ୍ତାର ସୁହାଗପୁର ନିକଟରେ ଓଲଟି ପଡିଥିଲା। ଫଳରେ ସେଠାକୁ ଶୌଚ ପାଇଁ ଯାଇଥିବା ସୁନିତା ବାଗ (୪୮) ନାମ୍ନୀ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯୁବତୀ ଆହତ ହେଇଥିଲେ। ବିଶାଖାପାଟଣାରୁ ରାୟପୁର ଯାଉଥିବା ଭାରତ ପେଟ୍ରୋଲିୟମର ଏହି ଟ୍ୟାଙ୍କରରେ ଗ୍ୟାସ ଭର୍ତ୍ତି ଥିବା ସୂଚନା ମିଳିଥିଲା। ଏଣୁ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଦେପୁର୍ ଛକରୁ ଦାଦପୂର୍ ଯାଏଁ ରାସ୍ତାକୁ ଅବରୋଧ କରିଥିଲେ। ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସୂହାଗପୂର୍ ଗାଁ ତଥା ଆଖପାଖ ଅଞ୍ଚଳରେ ରୋଷେଇ, ବିଦ୍ୟୁତ୍ ବ୍ୟବହାରକୁ ବାରଣ କରାଯାଇଥିଲା। ଆଜି ମଧ୍ୟାହ୍ନରେ କ୍ରେନ୍ ସାହାଯ୍ୟରେ ଟ୍ୟାଙ୍କରକୁ ଉଠାଯାଇଛି। ହେଲେ ଏକ ପାଇପ ଫାଟି ଯାଇଥିବାରୁ ଟ୍ୟାଙ୍କରଟି ସେହି ସ୍ଥାନରେ ରହିଛି। ବଲାଙ୍ଗୀର କିମ୍ବା ସମ୍ବଲପୁରରୁ ନୂଆ ପାଇପ ଅଣାଯିବା ପରେ ଅନ୍ୟ ଇଞ୍ଜିନ (ହର୍ଷ) ସାହାଯ୍ୟରେ ଟ୍ୟାଙ୍କରକୁ ରାୟପୁର ନିଆଯିବ ବୋଲି ସୂଚନା ମିଳିଛି। ଖବର ଲେଖାଯିବା ଯାଏଁ ସମ୍ପୃକ୍ତ ଅଞ୍ଚଳରେ ରାସ୍ତା ଅବରୋଧ ଏବଂ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ବଳବତ୍ତର ରହିଛି। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories