www.samajalive.in
Sunday, December 7, 2025
14.1 C
Bhubaneswar

ମଧୁପାଟଣା ଥାନା ସାମ୍ନା ଡ୍ରେସ୍ ଦୋକାନରୁ ଲୁଟ୍: ସିସି ଟିଭିରେ ଦୃଶ୍ୟ କଏଦ

କଟକ: ମଧୁପାଟଣା ଥାନା ସମ୍ମୁଖରୁ ଲୁଟ୍। ଥାନା ସାମ୍ନାରେ ଥିବା ଏକ ଡ୍ରେସ୍ ଦୋକାନରୁ ଲୁଟ୍ ହୋଇଛି । କିଛି ଦୁର୍ବୁତ୍ତ ଦୋକାନ ସଟର ତାଡି ଜିନିଷ ପତ୍ର ଲୁଟି ନେଇଛନ୍ତି। ଦୋକାନରେ ଥିବା ସିସି ଟିଭିରେ ଲୁଟ୍ ବେଳର ଦୃଶ୍ୟ କଏଦ ହୋଇଛି। ରାତି ପ୍ରାୟ ଗୋଟାଏ ୪୫ ମିନିଟରେ ଏଭଳି ଅଘଟଣ ଘଟିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।  ନିକଟରେ ସମାନ ସ୍ଥାନରେ ୩ ଥର ଲୁଟ୍ ହୋଇଛି। ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ବାରମ୍ବାର ଏଭଳି ଲୁଟପାଟ୍ ଘଟଣା ଘଟୁଛି। କିନ୍ତୁ ପୁଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

 

- Advertisement -

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories