www.samajalive.in
Monday, December 15, 2025
24.1 C
Bhubaneswar

ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ‘ସେଲଫି ବେବୋ’ଙ୍କୁ ହତ୍ୟା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲା ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଗୁରୁବାର ସକାଳେ ମିଳିଥିବା ଯୁବତୀଙ୍କ ମୃତଦେହର ପରିଚୟ ମିଳିଛି। ଯୁବତୀ ଜଣକ ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମରନ୍‌ ସିଂ ବୋଲି ଜଣାପଡିଛି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରି କେହି ନଦୀ ପଠାରେ ଫିଙ୍ଗି ଦେଇଥିବା ଅନୁମାନ କରୁଛି ପୁଲିସ୍‌। ସିମରନ୍‌ ଜିନ୍ସ ପ୍ୟାଣ୍ଟ, ଜ୍ୟାକେଟ୍‌ ପିନ୍ଧିଥିଲେ। ତାଙ୍କର ମୃତଦେହ ପାଖରେ ଏକ ଲେଦର ବ୍ୟାଗ୍‌ ପଡ଼ିଥିଲା। ମୁଣ୍ଡ ଫାଟି ଯାଇଥିଲା। ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି। ତେବେ କେବେ ଓ କେଉଁ ପରିସ୍ଥିତିରେ ସିମରନ୍‌ଙ୍କ ମୃତ୍ୟ ହୋଇଛି ଏପର୍ଯ୍ୟନ୍ତ ତାହାକୁ ନେଇ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ। ମାତ୍ର ମୃତ ସିମ୍‌ରନ୍‌ ସିଂଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହିତ ଆର୍ଟିଷ୍ଟ ଯୁକ୍‌ସୋନା ନାମରେ ଅଭିଯୋଗ କରିଛନ୍ତି। ଯୁକ୍‌ସୋନା ଓ ସିମ୍‌ରନ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଏଦୁହେଁ ଗତବର୍ଷ ବିବାହ ମଧ୍ୟ କରିଥିଲେ। ଅନେକ ସମୟରେ ଯୁକ୍‌ସୋନା ସିମ୍‌ରନ୍‌କୁ ନିର୍ଯାତନା ଦେଉଥିଲା। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବି ପରିବାର ଲୋକ କହିଥିଲେ। ଏମିତି କି ଧମକ ଦେଇ ସିମ୍‌ରନ୍‌ଠାରୁ ଯୁକ୍‌ସୋନା ଦେଢ଼ଲକ୍ଷ ଟଙ୍କା ନେଇଥିବା ବି ଅଭିଯୋଗ ହୋଇଛି। ଦୁଇତିନି ଦିନ ତଳେ ସିମ୍‌ରୋନ୍‌ ଫୋନ୍‌ କରି ଯୁକ୍‌ସୋନା ତାକୁ ଧୋକା ଦେଇ ଅନ୍ୟତ୍ର ବିବାହ କରିଥିବା କଥା ଫୋନ୍‌ କରି ପରିବାର ଲୋକଙ୍କୁ ଜଣାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ସେ ଝିଅକୁ ହତ୍ୟା କରିଥିବା କଥା ଅଭିଯୋଗ ହୋଇଛି। ବୁର୍ଲା ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ସିମରନ୍‌ ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ସେଲ୍ଫି ବେବୋ ଜରିଆରେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ରିକ୍ସାବାଲା ରିଟର୍ଣ୍ଣ।

ସୂଚନାଅନୁସାରେ, ଗୁରୁବାର ସକାଳେ ପୋଲ ତଳେ ଯୁବତୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories