୧୨୦ କେଜି ଓଜନ ଥିଲେ ଡାକ୍ତର; କେମିତି ପତଳା ହେଲେ ଜାଣନ୍ତୁ
ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ ଶରୀରରେ ଓଜନ ବଢିବା ସମସ୍ୟା ଗମ୍ଭୀର ହେବାରେ ଲାଗିଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ୨୦ବର୍ଷରୁ ଅଧିକ ବୟସର ୪କୋଟିରୁ ଅଧିକ ମହିଳା ଏବଂ ୨କୋଟିରୁ ଅଧିକ ପୁରୁଷ ମଟୋପଣର ଶୀକାର ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଜନ ଯେଉଁ ହିସାବରେ ବଢିଥାଏ ସେହି ହିସାବରେ କମିନଥାଏ । ଓଜନ କମ କରିବାର ଅନେକ ଉପାୟ ରହିଛି । ହେଲେ କମିବା ସମ୍ଭବ ହେବ ସେତେବେଳେ ଯେବେ ଆମେ କଠିନ ପରିଶ୍ରମ କରିବା । ଠିକ୍ ସେପରି ଭାବେ ଜଣେ ଡାକ୍ତର ଏବେ ବିନା ଔଷଧରେ କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ନିଜର ଓଜନ କମାଇବାରେ ସଫଳ ହୋଇଛନ୍ତି । ଯାହାକି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ।
ସୋସିଆଲ ମିଡ଼ିଆରେ ଡାକ୍ତର ଭି ନାମରେ ପ୍ରସିଦ୍ଧ ଥିବା ଯୁବତୀ ଜଣଙ୍କ ପୂର୍ବରୁ ୧୨୦କିଲୋ ଓଜନ ଥିଲେ । ବହୁତ କମ ସମୟରେ ଓଜନ ହ୍ରାସ କରାଇ ସେ ସମସ୍ତଙ୍କୁ ଚକିତ କରିଛନ୍ତି । ଫଟୋରେ ତାଙ୍କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଡାକ୍ତର ଭି କହିଛନ୍ତି ଯେ ଓଜନ କମାଇବା ପାଇଁ ମୁଁ ବହୁତ କଠିନ ପରିଶ୍ରମ କରିଛି । ୧୨୦କେଜି ଓଜନ ଥିବାବେଳେ ମୁଁ ଚିନ୍ତାରେ ପଡିଥିଲି । ପରେ ଓଜନ କମାଇବା ପାଇଁ ୧ବର୍ଷ କଠିନ ପରିଶ୍ରମ କରିବାକୁ ପଡିଥିଲା । ଓଜନ କମିବା ପରେ ୭ରୁ ୮ବର୍ଷ ହେବ ଏହାକୁ ବଜାୟ ରଖିବା ପାଇଁ ପ୍ରୟାସ କରୁଛି ।
ଓଜନ କମାଇବାରେ ସେ କନିଠ ପରିଶ୍ରମ ସାଙ୍ଗକୁ ଡାଏଟ୍ ଉପରେ ଫୋକସ କରିଥିଲେ । ସେ କହିଛନ୍ତି ଯେ ଆପଣଙ୍କର ଖାଦ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆପଣ କଣ ଖାଉଛନ୍ତି, କେତେ କ୍ୟାଲୋରୀ ଖାଦ୍ୟ ଖ।।ଉଛନ୍ତି ଏବଂ ଆପଣ ଏହାକୁ କିପରି ଖାଉଛନ୍ତି । ଶରୀରରେ କ୍ୟାଲୋରୀ ହ୍ରାସ କରିବା ପାଇଁ ଶାରୀରିକ ପରିଶ୍ରମ କରିବା ଅତ୍ୟନ୍ତ ଜରୁରୀ । ଓଜନ କମାଇବା ପାଇଁ ଆପଣ ତେଲ, ଚିନି, ମଇଦା ଜାତୀୟ ଖାଦ୍ୟରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିବା ଜରୁରୀ । ଏହା ବଦଳରେ ଫଳ, ରୁଟି, ପନିପରିବା, ସାଲାଡ, ବ୍ରାଉନ ବ୍ରେଡ, ଡ୍ରାଏ ଫୁଡ୍ସ, ଡାଲି ଆଦି ଖାଦ୍ୟ ସାମିଲ କରିପାରିବେ ।
Comments are closed.