www.samajalive.in
Saturday, December 6, 2025
14.1 C
Bhubaneswar

ପାଳଙ୍ଗ ତଡ଼କା

ଆବଶ୍ୟକ ସାମଗ୍ରୀ
ପାଳଙ୍ଗ ଶାଗ – ଆବଶ୍ୟକ ପରିମାଣରେ
ବଟ ଡ଼ାଲି – ଆବଶ୍ୟକ ପରିମାଣରେ
ମୁଗଡ଼ାଲି – ଅଳ୍ପ
ପେଷା ଟମାଟୋ – ୧ଟି
କଞ୍ଚା ଲଙ୍କା – ୨ଟି
ଘିଅ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ହେଙ୍ଗୁ – ଅଳ୍ପ
ଜିରା – ଅଳ୍ପ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଧନିଆ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଅଦା ବଟା – ଅଳ୍ପ
ଗରମ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବୁଟ ଡ଼ାଲିକୁ ପାଣିରେ ବତୁରାଇ ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ। ଏଥିରେ ମୁଗ ଡ଼ାଲିକୁ ଧୋଇ ପକାନ୍ତୁ। ଏବେ ବତୁରାଇଥିବା ବୁଟ ଡ଼ାଲି ସହ ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଏକାଠି ସିଝାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ଜିରା, ହେଙ୍ଗୁ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଅଦା ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ପେଷା ଟମାଟୋ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା ପକାଇ ପୁଣି କଷନ୍ତୁ। ମସଲା କଷି ହେବା ପରେ ପାଳଙ୍ଗ ଶାଗକୁ କାଟି ଏଥିରେ ପକାନ୍ତୁ। ଏବେ ସ୍ୱାଦ ଅନୁଯାୟୀ ଲୁଣ ଓ ଗରମ ମସଲା ପକାନ୍ତୁ। ଏବେ ସିଝାଇ ଥିବା ଡ଼ାଲିକୁ ଏଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଏକ ଡ଼ଙ୍କିରେ ଘିଅ, ଜିରା, ହେଙ୍ଗୁକୁ ଗରମ କରି ପ୍ରସ୍ତୁତ ତଡ଼କାରେ ଛୁଙ୍କ ଦିଅନ୍ତୁ। ଛୁଙ୍କ ଦେବା ପରେ ଧନିଆ ପତ୍ର ପକାଇ ତଡ଼କାକୁ ୨ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ପାଳଙ୍ଗ ତଡ଼କା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories