www.samajalive.in
Friday, December 5, 2025
26.1 C
Bhubaneswar

ପାକିସ୍ତାନ ପ୍ରତି ଢଳୁଛନ୍ତି ଟ୍ରମ୍ପ

ୱାଶିଂଟନ୍‍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପାକିସ୍ତାନ ପ୍ରତି ରହିଥିବା ଆଭିମୁଖ୍ୟ ବଦଳୁଥିବାର ଆଭାସ ମିଳିଛି। ପାକସ୍ତାନ ସହିତ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ତାଙ୍କର ଇଚ୍ଛା ଏବଂ ଏଥିପାଇଁ ସେ ପାକିସ୍ତାନର ନେତାଙ୍କ ସହିତ ଭେଟିବାକୁ ଆଗ୍ରହୀ ବୋଲି ବୁଧବାର ଟ୍ରମ୍ପ କହିଛନ୍ତି।
କ୍ୟାବିନେଟ ସହଯୋଗୀଙ୍କ ସହିତ ଆଲୋଚନା ବେଳେ ଟ୍ରମ୍ପ ସୂଚନା ଦେଇଛନ୍ତି ଯେ ପାକସ୍ତାନ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବାରୁ ସେ ପାକିସ୍ତାନକୁ ୧.୩ ବିଲିୟନ୍‍ ଡଲାର ସହାୟତା ରାଶି ବନ୍ଦ କରିଦେଇଥିଲେ। ପରବର୍ତ୍ତିତ ପରିସ୍ଥିତିରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ୍‍ ସହିତ ଆଲୋଚନା ପାଇଁ ଆମେରିକାର ପ୍ରଶାସନ ପ୍ରସ୍ତୁତ ହେଉଥିବାରୁ ପାକିସ୍ତାନ ସହିତ ମଧ୍ୟ ସମାନ ଆଭିମୁଖ୍ୟ ପୋଷଣ କରାଯିବ। ଆମେରିକାର ସହିତ ଶାନ୍ତି ଆଲୋଚନା ପାଇଁ ତାଲିବାନକୁ ମନାଇବାରେ ପାକିସ୍ତାନର ପ୍ରମୁଖ ଭୂମିକା ରହିଥିବାରୁ ପାକିସ୍ତାନ ପ୍ରତି ଆମେରିକାର ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଥିବା ଆମେରିକାର ସାଉ୍‍ କାରୋଲିନା ସିନେଟର ଲିଣ୍ଡସେ ଗ୍ରାହାମ୍‍ ସୂଚନା ଦେଇଛନ୍ତି। ଏହାର ପ୍ରତିବଦଳରେ ଆମେରିକା ପାକିସ୍ତାନ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି କରିବା ପାଇଁ ଲିଣ୍ଡସେ ପ୍ରସ୍ତାବ ଦେଇଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories