www.samajalive.in
Sunday, December 7, 2025
26.1 C
Bhubaneswar

ମୋଦୀଙ୍କୁ କଂଗ୍ରେସର ୧୦ଟି ପ୍ରଶ୍ନ

ନୂଆଦିଲ୍ଲୀ: ସମ୍ବାଦ ସରବରାହ ସଂସ୍ଥା ଏଏନ୍‍ଆଇ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ପ୍ରସାରିତ ହେବା ପରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ଟି ପ୍ରଶ୍ନ କରାଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ପ୍ରବକ୍ତା ରନଦୀପ ସିଂହ ସୁରଜୱାଲା କହିଛନ୍ତି ଯେ ବିଦେଶରେ ଜମା ହୋଇଥିବା ଭାରତୀୟଙ୍କ ୮୦ ଲକ୍ଷ କୋଟି କଳାଟଙ୍କା ଫେରାଇ ଆଣି ପ୍ରତି ଭାରତୀୟଙ୍କ ଜମା ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବାକୁ ୨୦୧୪ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ୫୫ ମାସ ପରେ ଉକ୍ତ ପରିମାଣ ସେମାନଙ୍କ ଆକାଉଣ୍ଟରେ ଜମା ହୋଇଛି କି ନାହିଁ ମୋଦୀଜୀ ଜବାବ ଦିଅନ୍ତୁ।
ଦ୍ୱିତୀୟରେ, ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ଆପଣ ପ୍ରତିଶ୍ରୁତି ଦେଇଥିଲେ। ୫୫ ମାସ ପରେ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି କି?
ତୃତୀୟରେ, କୃଷକଙ୍କ କୃଷିଜାତ ମୂଲ୍ୟ ସହିତ ୫୦% ଲାଭାଂଶ ସେମାନଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଲାଭାଂଶ ଦୂରେ ଥାଉ ସେମାନେ ସେମାନଙ୍କ କୃଷି ଉତ୍ପାଦର ମୂଳ ମୂଲ୍ୟ ପାଇଛନ୍ତି କି?
ଚତୁର୍ଥରେ, ଦେଶରେ ବ୍ୟବସାୟର ସରଳୀକରଣ ପାଇଁ ଆପଣ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କାହିଁକି ଜିଏସ୍‍ଟି ବା ଗବ୍ଦର ସିଂହ ଟ୍ୟାକ୍ସ ଲାଗୁ କଲେ?
ପଞ୍ଚମରେ, ବିମୁଦ୍ରାକରଣ ଘୋଷଣା କେବଳ କଳାଧନକୁ ଧଳା କରିବାରେ ସାହାଯ୍ୟ କଲା। ଗରିବ ମହିଳାଙ୍କ ସଞ୍ଚୟ ପାଣିରେ ପଡ଼ିଲା। ୧୨୦ ଲୋକଙ୍କ ଜୀବନ ଗଲା। ଲୋକେ ଦୀର୍ଘ ଦିନ ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ କଷ୍ଟ ପାଇଲେ।
ଷଷ୍ଠରେ, ଗତ ୫୫ ମାସ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ୪୨୮ ଯବାନ ସହିଦ ହୋଇଛନ୍ତି ଓ ୨୭୮ ନାଗରିକଙ୍କ ମୃତ୍ୟୁ ଘଟିଛି। ନକ୍ସଲ୍‍ ହିଂସାରେ ୨୪୮ ଜଣ ଯବାନ ସହିଦ ହୋଇଛନ୍ତି, ୩୭୮ ଲୋକଙ୍କ ମୃତ୍ୟୁ ଘଟିଛି।
ସପ୍ତମରେ, ଦୁର୍ନୀତି ଚରମ ସୀମାରେ ପହଞ୍ଚି ନାହିଁ କି? ସାଧାରଣ ଛୋଟମୋଟ ଦୁର୍ନୀତିରୁ ଆରମ୍ଭ ହୋଇ ୩୦ ହଜାର କୋଟି ଟଙ୍କାର ରାଫେଲ୍‍ କ୍ରୟ ଚୁକ୍ତି ଦୁର୍ନୀତି ହୋଇନାହିଁ କି? ଯଦି ନା ତେବେ ଯୁଗ୍ମ ସଂସଦୀୟ କମିଟି ତଦନ୍ତକୁ କାହିଁକି ଏଡ଼ାଇ ଦିଆଯାଉଛି।
ଅଷ୍ଟମରେ, ଗଙ୍ଗା ମା’ କଣ ସ୍ୱଚ୍ଛ ହୋଇଗଲେ? କେନ୍ଦ୍ର ପ୍ରଦୂଷଣ ବୋର୍ଡର ରିପୋର୍ଟ ଅନୁଯାୟୀ ଗଙ୍ଗା ନଦୀର ୪୯ଟି ସ୍ଥଳରୁ ୩୮ଟି ପ୍ରଦୂଷିତ। ସ୍ମାର୍ଟ ସିଟି ତାଲିକାରେ ଥିବା ୧୦୦ଟି ସହରରୁ ଗୋଟିଏ ବି ସ୍ମାର୍ଟ ସିଟି ହୋଇପାରିଛି କି?
ନବମରେ, ଷ୍ଟାର୍ଟ ଅପ୍‍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍‍, ସ୍କିଲ୍‍ ଇଣ୍ଡିଆ, ମେକ୍‍ ଇନ୍‍ ଇଣ୍ଡିଆ ଘୋଷଣାର ସୁଫଳ କୁଆଡ଼େ ଗଲା? ନିତି ଆୟୋଗର ରିପୋର୍ଟ ଅନୁଯାୟୀ ଦେଶରେ ନିର୍ମାଣ ଅଭିବୃଦ୍ଧି ହାର ମାତ୍ର ୦.୫%।
ଦଶମରେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ସତ୍ତେ୍ୱ ଭାରତରେ ତୈଳ ଦର କାହିଁକି ବଢ଼ି ଚାଲିଛି? ଏହା କଣ ଆପଣଙ୍କର ଆଚ୍ଛେ ଦିନ?

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories