ବଜାଜର ସିଏନଜି ବାଇକ ପରେ ପ୍ରଥମ ସିଏନଜି ସ୍କୁଟର ଆଣିବ ଟିଭିଏସ୍
ନୂଆଦିଲ୍ଲୀ : ବଜାଜ ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲ ଫ୍ରିଡମ୍ ୧୨୫ ବଜାରକୁ ଆଣିବା ପରେ ଏବେ ଟିଭିଏସ୍ ମଧ୍ୟ ଏହି ତାଲିକାରେ ସାମିଲ ହେବା ପାଇଁ ଲାଗିପଡିଛି । କମ୍ପାନୀ ଏବେ ସିଏନଜି ପ୍ରଯୁକ୍ତିବିଦ୍ୟା ସହିତ ଏହାର ମେକାନିଜମକୁ ମଧ୍ୟ ପ୍ରସ୍ତୁତ କରିସାରିଛି, ଯାହା ଫଳରେ ଭବିଷ୍ୟତରେ ଅନ୍ୟ ସିଏନଜି ଦୁଇଚକିଆନ ଯାନ ଲଞ୍ଚ୍ କରିବାରେ ସହଜ ହେବ । ଏହା ମଧ୍ୟରେ ଟିଭିଏସ୍ ମଧ୍ୟ ସିଏନଜି ସେଗମେଣ୍ଟରେ ଦୁଇଚକିଆନ ଗାଡି ଲଞ୍ଚ୍ କରିବା ପାଇଁ ଯୋଜନା କରିଛି । କମ୍ପାନୀ ବିଶ୍ବର ପ୍ରଥମ ଗ୍ରାଉଣ୍ଡ୍-ଅପ୍ ସିଏନଜି ସ୍କୁଟର ନିର୍ମାଣ ପାଇଁ ଯୋଜନା କରୁଛି । ଅର୍ଥାତ୍ ଟିଭିଏସ୍ ବିଶ୍ବର ପ୍ରଥମ ସିଏନଜି ସ୍କୁଟର ଆଣିପାରେ ।
ଟିଭିଏସ୍ ମୋଟର କମ୍ପାନୀ ଗତ ଅନେକ ବର୍ଷରେ ଭିନ୍ନ ଭିନ୍ନ ବିକଳ୍ପ ଫ୍ୟୁଲ ଟେକ୍ନୋଲୋଜିରେ କାମ କରୁଛି । କମ୍ପାନୀ ସିଏନଜି ପାଓ୍ବରଟ୍ରେନ୍ ବିକଳ୍ପକୁ ନିଜ ଜୁପିଟରରେ ଯୋଡିବାକୁ ଚାହୁଁଛି । କମ୍ପାନୀ ୧୨୫ ସିସି ସିଏନଜିର କୋଡମେନ୍ ୟୁ୭୪୦ ନାଁରେ କାମ ମଧ୍ୟ ଆରମ୍ଭ କରିଦେଇଛି । ଯଦି କମ୍ପାନୀ ଯୋଜନା ଅନୁସାରେ କାମ ଚାଲେ ତେବେ ୨୦୨୪ ଶେଷ କିମ୍ବା ୨୦୨୫ ପ୍ରଥମ ୬ ମାସ ମଧ୍ୟରେ ଗାଡି ବଜାରକୁ ଆସିପାରେ । କମ୍ପାନୀ ଏହି ନୂଆ ସିଏନଜି ସ୍କୁଟରର ପ୍ରାୟ ୧୦୦୦ ୟୁନିଟ୍ ବିକିବା ପାଇଁ ନଜର ରଖିଛି । ଦେଶର ପ୍ରଥମ ସିଏନଜି ବାଇକ ବଜାଜ ଫ୍ରିଡମ୍ ୧୨୫ରେ ୨ କେଜିର ସିଏନଜି ସିଲିଣ୍ଡର ଏବଂ ୨ ଲିଟରର ପେଟ୍ରୋଲ ଟ୍ୟାଙ୍କ ଦିଆଯାଇଛି । ଏହା ସିଏନଜିରେ ୧୦୦ କିଲୋମିଟର ପ୍ରତି କେଜି ଏବଂ ୬୫ କିଲୋମିଟର ପ୍ରତି ଲିଟର ପେଟ୍ରୋଲରେ ଯାତ୍ରା କରିପାରିବ । ଏହାର ଏକ୍ସ ଶୋରୁମ୍ ଦାମ୍ ୯୫ ହଜାର ଟଙ୍କା ରଖିଛି କମ୍ପାନୀ ।
Comments are closed.