www.samajalive.in
Tuesday, December 9, 2025
15.1 C
Bhubaneswar

ଦାନ୍ତ ଉପରେ ବି ପଡେ ଗ୍ରହଙ୍କ ପ୍ରଭାବ; ଜାଣନ୍ତୁ ରାଶି ଅନୁଯାୟୀ ବ୍ରଶର ରଙ୍ଗ..

ସୁନ୍ଦର ଓ ଆକର୍ଷଣ ଦେଖାଯିବା ପାଇଁ ରୂପ ରଙ୍ଗର ମହତ୍ତ୍ୱ ଯେପରି ରହିଛି, ଦାନ୍ତର ମଧ୍ୟ ରହିଛି। କାରଣ ଦାନ୍ତ କାରଣରୁ ଅନେକ ସମୟରେ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପଡିଥାଏ। ତେବେ ଅନେକ ସମୟରେ ଦେଖିଥିବେ ଅନେକ ଯତ୍ନ ନେବା ପରେ ମଧ୍ୟ ଦାନ୍ତ ଜନିତ ସମସ୍ୟା ଯେପରି ଦାନ୍ତରେ ଦାଗ, ଯନ୍ତ୍ରଣା ସହ କେତେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଏସବୁ ପାଇଁ ନିଜର ଦାୟିତ୍ୱସହ ଗ୍ରହଙ୍କ ପ୍ରଭାବ ମଧ୍ୟ ରହିଛି। ଜାତକର ୨ୟ ଭାଗରେ ରାହୁ, କେତୁ ଓ ମଙ୍ଗଳ ଗ୍ରହଙ୍କ କୁପ୍ରଭାବ ଥିଲେ, ଦାନ୍ତ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜଭୁତ ଥିଲେ ଦାନ୍ତ ସୁନ୍ଦର ଓ ସୁସ୍ଥ ରହିଥାଏ। ଦାନ୍ତର ଯତ୍ନ ନେବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ରଶ। ଗ୍ରହଙ୍କ ଶୁଭଫଳ ପାଇଁ ସଠିକ୍ ରଙ୍ଗର ବ୍ରଶ ଚୟନ କରିବା ଦ୍ୱାରା ଶୁଭଫଳ ମିଳିଥାଏ। ଜାଣନ୍ତୁ ରାଶି ଅନୁଯାୟୀ କେଉଁ ରଙ୍ଗର ବ୍ରଶ ବ୍ୟବହାର କରିବା ଉଚିତ୍ ଓ ଅନୁଚିତ୍..

ମେଷ – ଏହି ରାଶିର ବ୍ୟକ୍ତି ବିଶେଷ ପାଉଁଶିଆ ରଙ୍ଗର ବ୍ରଶ ବ୍ୟବହାର କରିବା ଉଚିତ୍। ମାତ୍ର ସବୁଜ ଓ ଲାଲ ମିଶ୍ରିତ ରଙ୍ଗର ବ୍ରଶ ବ୍ୟବହାର କରିବା ଉଚିତ୍ ନୁହେଁ।

- Advertisement -

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ସବୁଜ ରଙ୍ଗର ବ୍ରଶ ବ୍ୟବହାର କରିବା ଉଚିତ୍। ହଳଦିଆ ଓ ପାଉଁଶିଆ ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ ନାହିଁ।

ମିଥୁନ – ମିଥୁନ ରାଶି ବ୍ୟକ୍ତି ବିଶେଷ ଧଳା ରଙ୍ଗର ବ୍ରଶ ବ୍ୟବହାର କରିବା ଉଚିତ୍। ଲାଲ ଓ ନୀଳ ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ ନାହିଁ।

ଜୁଲାଇ ୧୫ରୁ ସୂର୍ଯ୍ୟ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ; ମିଳିବ ଧନ ହିଁ ଧନ..

କର୍କଟ – ହାଲକା ମାଟିଆ, ଗୋଲାପି ଓ ହାଲକା ନାରଙ୍ଗୀ ରଙ୍ଗର ବ୍ରଶ ବ୍ୟବହାର କରିବା ଦ୍ୱାରା ଦାନ୍ତ ମଜଭୁତ ହେବା ସହ ଶୁଭଫଳ ମିଳିଥାଏ। ମାତ୍ର କଳା, ନୀଳ ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ ନାହିଁ।

ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ରଶ ବ୍ୟବହାର କରିବା ଉଚିତ୍। କଳା ଓ ହଳଦିଆ ବ୍ରଶର ବ୍ୟବହାର କରନ୍ତୁ ନାହିଁ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ପାଉଁଶିଆ ରଙ୍ଗର ବ୍ରଶ ବ୍ୟବହାର କରିବା ଉଚିତ୍। ନୀଳ ଓ ଲାଲ ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ ନାହିଁ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷ ଲାଲ ରଙ୍ଗ ବ୍ରଶର ବ୍ୟବହାର କରନ୍ତୁ। ହଳଦିଆ ଓ ପାଉଁଶିଆ ରଙ୍ଗର ବ୍ୟବହାର କରନ୍ତୁ ନାହିଁ।

ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ହାଲକା ହଳଦିଆ ରଙ୍ଗର ବ୍ରଶ ବ୍ୟବହାର କରିବା ଉଚିତ୍। ଲାଲ ଏବଂ ସବୁଜ ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ ନାହିଁ।

ନଖ କାଟିବାର ଶୁଭ ଦିନ ଓ ସମୟ; ପାଳନ କଲେ ହଠାତ୍ ହୁଏ ଧନ ପ୍ରାପ୍ତି, ବଢେ ସୌନ୍ଦର୍ଯ୍ୟ..

ଧନୁ – କଳା ଓ ନୀଳ ରଙ୍ଗର ବ୍ରଶ ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଙ୍କର। ପାଉଁଶିଆ ଓ ଧଳା ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ ନାହିଁ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହାଲକା ନୀଳ କିମ୍ବା କଳା ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ। ନାରଙ୍ଗୀ ଓ ସବୁଜ ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ ନାହିଁ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଳଦିଆ ରଙ୍ଗର ବ୍ରଶ ବ୍ୟବହାର କରିବା ଶୁଭଙ୍କର। ଧଳା ଓ ସବୁଜ ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ ନାହିଁ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଲାଲ ରଙ୍ଗର ବ୍ରଶ ବ୍ୟବହାର କରିବା ଉଚିତ୍। ହାଲକା ମାଟିଆ ଓ ପାଉଁଶିଆ ରଙ୍ଗର ବ୍ରଶ ବ୍ୟବହାର କରନ୍ତୁ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories