ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ପୁଟୁଳିଆ ଗ୍ରାମର ଜଣେ ୧୬ ବର୍ଷର ଯୁବକର ଆଜି ସାପ କାମୁଡାରେ ମୃତ୍ୟୁ ହୋଇଛି।‌ ସୂଚନା ଅନୁଯାୟୀ ପୁଟୁଳିଆ ଗ୍ରାମର ଦାଶରଥି ପାତ୍ରଙ୍କ ପୁଅ ପଦ୍ମଲୋଚନ ପାତ୍ର(୧୬) ରବିବାର ରାତିରେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଘର ଛାତ ଉପରେ ସାଙ୍ଗ ସାଥୀଙ୍କ ସହିତ  ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଥିଲା। କିଛି ସମୟ ପରେ ପରିବାର ଲୋକେ ଖବର ପାଇ ତାକୁ  ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଲୋଚନର ମୃତ୍ୟୁ ଘଟିଥିଲା। ଡାକ୍ତର ମୃତ୍ୟୁ ଘୋଷଣା କଲା ପରେବି ପୁଅ ବଞ୍ଚିବା ଆଶାରେ ତାଙ୍କ ପରିବାର ଲୋକ ଗୁଣିଆ ଡାକି ଡାକ୍ତରଖାନାରେ ଅନ୍ଧ ବିଶ୍ୱା ରେ ବଶବର୍ତ୍ତୀ ହୋଇ  ଛଡାଫୁଙ୍କା କଲାପରେ ବି କୈଣସି ସୁଫଳ ମିଳିନଥିଲା। ଏନେଇ ପାଟଣା ଥାନା ରେ‌‌ ୪୦/୨୦୨୪ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୁଲିସ ଶବକୁ ଜବତ କରି ବ୍ୟବଛେଦ ପରେ ମରଶରୀରକୁ ପରିବାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Comments are closed.