ମୁକୁଳା ପଡିଛି ଟ୍ରାନ୍ସଫର୍ମର 

ଲଡୁଗାଁ : ବିଦ୍ୟୁତ୍‌ ସେବା ଯୋଗାଉଥିବା କମ୍ପାନୀ ଟାଟା ପାୱାର ତାର ବୈଦ୍ୟୁତିକ ସରଞ୍ଜାମଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେଉ ନ ଥିବାରୁ ବହୁ ସମୟରେ ଧନଜୀବନ ହାନି ଘଟୁଛି। କୋକସରା ବ୍ଲକର ଅନେକ ସ୍ଥାନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରାସ୍ତା ପାର୍ଶ୍ୱରେ ମୁକୁଳା ରହିଛି ।  ଏହାର ଉଦାହରଣ ଖୋଦ୍ କୋକସରା ଜାତୀୟ ରାଜପଥ  ପାର୍ଶ୍ୱରେ ଦେଖିବାକୁ ମିଳିଛି। କୋକସରା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ନିକଟରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସରଞ୍ଜାମ ତଳକୁ ଲାଗି ରହିଛି, ଚତୁଃପାର୍ଶ୍ୱରେ ତାର ବାଡ଼ ଲଗାଯାଇନାହିଁ । ବର୍ଷା ସମୟରେ ଏହି ଜାଗାରେ ପାଣି ନିଷ୍କାସନ ନ ହୋଇ ଜମିରହେ, ଯାହାକି ଅଧିକ ଭୟ ସୃଷ୍ଟି କରୁଛି । ଏଥିପ୍ରତି ଧ୍ୟାନ ନଦେଲେ ଧନ ଜୀବନ ହାନି ଆଶଙ୍କା ରହୁଛି । ବିଭାଗୀୟ କର୍ମଚାରୀ ତଥା ଯନ୍ତ୍ରୀ ସାହେବ ଅଧିକାରୀଙ୍କୁ ବାରମ୍ଵାର ଫୋନ୍ ମାଧ୍ୟମରେ ଯୋଗାଯୋଗ କଲେ କେହି ଫୋନ୍ ଉଠାଉନଥିବା ଅଭିଯୋଗ ହୁଏ ।  ତୁରନ୍ତ ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ୱକୁ ଆବଦ୍ଧ କରାନଯାଏ ତେବେ ଆଗକୁ ଯେସାକୁ ତେସା ନୀତିରେ କାର୍ଯ୍ୟ କରିବେ ବୋଲି ଚେତାବନୀ ଦେବାସହ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଲୋକେ ରୋକଠୋକ ଶୁଣାଇ ଦେଇଛନ୍ତି  ।

prayash

ସାମ୍ନାକୁ ଆସିଲା ଶାହରୁଖ ଖାନଙ୍କ ୩୬ ବର୍ଷ ପୁରୁଣା ଭିଡିଓ, ଚିହ୍ନିବା କଷ୍ଟ

kalyan agarbati

Comments are closed.