www.samajalive.in
Monday, December 15, 2025
24.1 C
Bhubaneswar

ବେଆଇନ ବାଲି ଚାଲାଣ, ୧୩ ଟ୍ରାକ୍ଟର ଅଟକ

ବାଉଁଶୁଣି: ରବିବାର ରାତି ପ୍ରାୟ ସାଢ଼େ ୭ଟାରେ ଡମ୍ବରୁଗଡ ନିକଟରୁ ବେଆଇନ୍ ବାଲି ଚାଲାଣ ଅଭିଯୋଗରେ ୧୩ଟି ଟ୍ରାକ୍ଟରକୁ  ବାଉଁଶୁଣୀ ପୁଲିସ ଜବତ କରି ଥାନାକୁ ଆଣିଛି। ମିଳିଥିବା ସୂଚନା ଅନୁଯାୟୀ, ବାଉଁଶୁଣୀ ରାଜସ୍ୱ ସର୍କଲର ଡମ୍ବରୁଗଡ ମହାନଦୀ ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ହେଉଥିବା ଖବର ପାଇ ଜିଲ୍ଲାପାଳ ଜେ. ସୋନାଲ ଓ ଏସପି ରାଜ୍ ପ୍ରସାଦ ଅତର୍କିତ ଚଢ଼ାଉ କରିଥିଲେ। ଏହି ସମୟରେ ନଦୀ ମଧ୍ୟରେ ୧୩ଟି ଟ୍ରାକ୍ଟର ବାଲି ବୋଝେଇ କରୁଥିବା ଦେଖିବା ପରେ ସେ ସମସ୍ତ ଟ୍ରାକ୍ଟରକୁ ଅଟକ ରଖି କାଗଜପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାଉଁଶୁଣୀ ପୁଲିସ ସମସ୍ତ ଗାଡ଼ିକୁ ଥାନାକୁ ନେଇ ଅଟକ ରଖିଛି। ଚଢାଉରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ଏବଂ ବାଉଁଶୁଣୀ ଓ ବୌଦ୍ଧ ଥାନାର ପୁଲିସ ଟିମ୍ ସାମିଲ ଥିଲେ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories