www.samajalive.in
Saturday, December 6, 2025
19.1 C
Bhubaneswar

ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ: ସୋମବାର ରାଶିଫଳ

ମେଷ: ଶ୍ରୀ ଜୀଉ ଅବସର ଦଶମୀରେ ‘ଚକା ବିଜେ’ କରୁଥିବାବେଳେ ଏହା ଆପଣଙ୍କ ପାଇଁ ଏକ ମହନୀୟ ଅମୃତମୟ ସୁଯୋଗ। ରୋଜଗାର, ଖାଦ୍ୟ, ପାନୀୟ, ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ।
ବୃଷ: ଆପଣ ଶାସ୍ତ୍ରପଟୁ ପୁଣ୍ୟଦେହୀ ସୁବର୍ଣ୍ଣାଦି ଯୁକ୍ତ ରୂପବାନ୍‌ ଓ ରାଜବଂଶ ପୂଜିତ ହୋଇଥିବାବେଳେ ଅଜ୍ଞାତ କୁଳଶୀଳ ବ୍ୟକ୍ତିଙ୍କ ସହିତ ତର୍କରୁ ଓହରି ଆସିପାରନ୍ତି। ଜନସମ୍ପର୍କ ରକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ।
ମିଥୁନ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ସତ୍ୟବାଦୀ, ପଣ୍ଡିତ ଓ ପିତୃଭକ୍ତଯୁକ୍ତ ହେବେ।
କର୍କଟ:ଶାନ୍ତ, ନିପୁଣ, ମେଧାବୀ, ଜିତେନ୍ଦ୍ରୀୟ, ବିଦ୍ବାନ୍‌, ରୂପବାନ୍‌ ଓ ଦୟାଳୁ ସ୍ବଭାବସମ୍ପନ୍ନ ହେବେ। କର୍ମତତ୍ପର ହେବେ। ସରକାରୀ ସହାୟତାରେ ଆର୍ଥିକ ସ୍ଥିତିର ପ୍ରଭୂତ ଉନ୍ନତି ଘଟାଇ ପାରନ୍ତି। ସୁଖୀ ହେବେ।
ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ବିକେନ୍ଦ୍ରୀକରଣ କରି ସହକର୍ମୀଙ୍କ ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ସୂତ୍ରରୁ ଆର୍ଥିକ ଅନୁଦାନ ମିଳିବ। ପାରିବାରିକ ଜୀବନ ସୁଖବୋଧ ହେବ।
କନ୍ୟା:ନିଜେ ଅସୁସ୍ଥ ରହି ମଧ୍ୟ କର୍ମତତ୍ପର ରହିବେ। ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିବେ। କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ସତର୍କତାର ଦିନ ଆଜି।
ତୁଳା: ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହେବେ। ପତ୍ନୀଙ୍କ ଉପଦେଶ ଉପାଦେୟ ହେବ।
ବିଛା: ଶତ୍ରୁ ପରାଜିତ ହୋଇ ଶରଣାଗତ ହୋଇପାରେ। ମାନସିକ ସ୍ତରରେ ଶାନ୍ତିର ଶୀତଳ ପ୍ରବାହ ଅନୁଭୂତ ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶାନ୍ତି ପାଇଁ ମହାପ୍ରଭୁଙ୍କ ଶରଣାଗତ ହୋଇପାରନ୍ତି।
ଧନୁ: ପରୋପକାରରେ ବ୍ରତୀ ହୋଇ କୃପାନିଧାନଙ୍କ କୃପାପାତ୍ର ହେବେ। ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କର୍ମକ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ନାନା ଉପାଦେୟ ପୁସ୍ତକ ଓ ଲେଖା ଅନୁଧ୍ୟାନ କରିବାକୁ ପଡ଼ିବ।
ମକର: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅତି ମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ଓ ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ।
କୁମ୍ଭ:ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ପ୍ରାଣୀ ଜଗତ, ଉଦ୍ଭିଦ ଜଗତ ଓ ଜୀବଜଗତ ପାଇଁ ସ୍ନେହାନୁବନ୍ଧିତ ହୋଇପାରନ୍ତି।
ମୀନ: ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ଆତ୍ମବଳରେ ବଳୀୟାନ୍‌ ହେବେ। ସତ୍‌ପୁତ୍ର ପାଇଁ ଗର୍ବିତ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। କୀର୍ତ୍ତିମାନ୍‌ ହେବେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories