ବେଆଇନ ବାଲି ଚାଲାଣ, ୧୩ ଟ୍ରାକ୍ଟର ଅଟକ
ବାଉଁଶୁଣି: ରବିବାର ରାତି ପ୍ରାୟ ସାଢ଼େ ୭ଟାରେ ଡମ୍ବରୁଗଡ ନିକଟରୁ ବେଆଇନ୍ ବାଲି ଚାଲାଣ ଅଭିଯୋଗରେ ୧୩ଟି ଟ୍ରାକ୍ଟରକୁ ବାଉଁଶୁଣୀ ପୁଲିସ ଜବତ କରି ଥାନାକୁ ଆଣିଛି। ମିଳିଥିବା ସୂଚନା ଅନୁଯାୟୀ, ବାଉଁଶୁଣୀ ରାଜସ୍ୱ ସର୍କଲର ଡମ୍ବରୁଗଡ ମହାନଦୀ ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ହେଉଥିବା ଖବର ପାଇ ଜିଲ୍ଲାପାଳ ଜେ. ସୋନାଲ ଓ ଏସପି ରାଜ୍ ପ୍ରସାଦ ଅତର୍କିତ ଚଢ଼ାଉ କରିଥିଲେ। ଏହି ସମୟରେ ନଦୀ ମଧ୍ୟରେ ୧୩ଟି ଟ୍ରାକ୍ଟର ବାଲି ବୋଝେଇ କରୁଥିବା ଦେଖିବା ପରେ ସେ ସମସ୍ତ ଟ୍ରାକ୍ଟରକୁ ଅଟକ ରଖି କାଗଜପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାଉଁଶୁଣୀ ପୁଲିସ ସମସ୍ତ ଗାଡ଼ିକୁ ଥାନାକୁ ନେଇ ଅଟକ ରଖିଛି। ଚଢାଉରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ଏବଂ ବାଉଁଶୁଣୀ ଓ ବୌଦ୍ଧ ଥାନାର ପୁଲିସ ଟିମ୍ ସାମିଲ ଥିଲେ।
Comments are closed.