www.samajalive.in
Monday, December 8, 2025
14.1 C
Bhubaneswar

ଜିଓ ବ୍ୟବହାରକାରୀଙ୍କୁ ଝଟ୍‌କା, ଏଣିକି ଦେବାକୁ ହେବ ଅଧିକ ଟଙ୍କା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ୫ଜି ସ୍ପେକ୍ଟ୍ରମ ନିଲାମ ପରଦିନ ଏହାର ସମସ୍ତ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୩ରୁ ଏହି ବର୍ଦ୍ଧିତ ତାରିଫ୍‌ ଲାଗୁ ହେବ। ୧୪ ପ୍ରିପେଡ ଅସୀମିତ ପ୍ଲାନ୍‌, ୩ ଡାଟା ଆଡ଼ଅନ୍‌ ଏବଂ ୨ ପୋଷ୍ଟପେଡ୍‌ ପ୍ଲାନ୍‌ ଉପରେ ଏହି ମୂଲ୍ୟ ବୃଦ୍ଧି ହୋଇଛି। ସବୁଠାରୁ ସୁଲଭ ୧୫୫ଟଙ୍କାର ପ୍ଲାନ୍‌ ଏବେ ୧୮୯ ଟଙ୍କାରେ ଉପଲବ୍ଧ ହେବ, ଯାହା ପ୍ରାୟ ୨୨%ରୁ ଅଧିକ ମହଙ୍ଗା। ଅଢ଼େଇ ବର୍ଷ ପରେ ମୋବାଇଲ ସେବା କ୍ଷେତ୍ରରେ ଜିଓ ପ୍ରଥମ ଥର ପାଇଁ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଭାରତର ମୋଟ ୫ଜି ଗ୍ରାହକଙ୍କ ମଧ୍ୟରୁ ୮୫% ଗ୍ରାହକ ଜିଓ ବ୍ୟବହାର କରିଥାନ୍ତି।
ଏହି ପରିବର୍ତ୍ତନ କେବଳ ମୂଲ୍ୟ ଉପରେ ହୋଇଥିବା ବେଳେ କଲିଂ ଓ ଡାଟା ସମାନ ରହିବ। ସବୁଠାରୁ ସୁଲଭ ମାସିକ ୧୫୫ ଟଙ୍କା ପ୍ଲାନ୍‌ ଏବେ ୧୮୯ ଟଙ୍କା ହୋଇଥିବା ବେଳେ ୨୦୯ ପ୍ଲାନ୍‌ ବଢ଼ି ୨୪୯ ଟଙ୍କାରେ ପହଞ୍ଚିଛି।

ସେହିପରି ୩ମାସିକ ୩୯୫ ପ୍ଲାନ୍‌ ୪୭୯ ଟଙ୍କା ହୋଇଥିବା ବେଳେ ସବୁଠାରୁ ଲୋକପ୍ରିୟ ୬୬୬ ଟଙ୍କାର ପ୍ଲାନ୍‌ ଏବେ ୭୯୯ଟଙ୍କାରେ ଉପଲବ୍ଧ ହେବ। ସେହିପରି ୭୧୯ ପ୍ଲାନ୍‌ ଏବେ ୮୫୯ ହୋଇଥିବା ବେଳେ ୯୯୯ ଟଙ୍କାର ପ୍ଲାନ୍‌ ୧୧୯୯ ଟଙ୍କାକୁ ବଢ଼ିଛି। ବାର୍ଷିକ ୧୫୫୯ ପ୍ଲାନ୍‌ ବଢ଼ି ୧୮୯୯ ଟଙ୍କା ହୋଇଥିବା ବେ​ଳେ ୨୯୯୯ ପ୍ଲାନ୍‌ ୩୫୯୯ ଟଙ୍କା ହୋଇଛି। ଅନ୍ୟପକ୍ଷରେ ୨୯୯ ଟଙ୍କାର ପୋଷ୍ଟପେଡ୍‌ ପ୍ଲାନ୍‌ ୩୪୯ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୩୯୯ ଟଙ୍କାର ପ୍ଲାନ୍‌ ୪୪୯ ଟଙ୍କା ହୋଇଛି। ଆଗରୁ ୧୫ ଟଙ୍କାରେ ୧ଜିବି ଡାଟା ମିଳୁଥିବା ବେଳେ ଏବେ ୧୯ ଟଙ୍କା ଦେବାକୁ ପଡ଼ିବ। ସେହିପରି ୨ଜିବି ଡାଟା ପାଇଁ ୨୫ ଟଙ୍କା ପରିବର୍ତ୍ତେ ୨୯ ଟଙ୍କା ଓ ୬ଜିବି ଡାଟା ନିମନ୍ତେ ୬୧ ଟଙ୍କା ପରିବର୍ତ୍ତେ ୬୯ ଟଙ୍କା ଦେବେ ଗ୍ରାହକ। ଏହି ବର୍ଦ୍ଧିତ ମୂଲ୍ୟ କାର୍ଯ୍ୟକାରୀ ହେବା ପରେ ଅସୀମିତ ୫ଜି ଡାଟା କେବଳ ପ୍ରତିଦିନ ୨ଜିବିରୁ ଅଧିକ ପ୍ଲାନ୍‌ ଉପରେ ଉପଲବ୍ଧ ହେବ। ନୂତନ ବର୍ଦ୍ଧିତ ପ୍ଲାନ୍‌ ଘୋଷଣା କରିବା ବେଳେ ଜିଓ କହିଛି ଯେ ସର୍ବଭାରତୀୟ ସ୍ତରରେ ସୁଲଭ ମୂଲ୍ୟରେ ସର୍ବୋତ୍ତମ-ଗୁଣାତ୍ମକ ସେବା ପ୍ରଦାନ କରିବା ନେଇ ଜିଓ ପ୍ରତିଶ୍ରୁତି ରକ୍ଷା କରିଛି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories