ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର ପମଡା ଗ୍ରାମର ଯୁବକ ନାଗେଶ ନାଣକା (୨୮) ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ବାପା କାମେୟା ନାଣକା କହିବା ଅନୁଯାୟୀ ଆଜି ଅପରାହ୍ନ ୪.୩୦ସମୟ ଘର ଛାତ ଉପରେ ଚଡିଥିଲା । ପୂର୍ବରୁ ବର୍ଷା ହୋଇଥିଲା । ଘରେ ବିଦ୍ୟୁତ ନଥିବାରୁ ସେ ଛାତ ଉପରକୁ ଯାଇ ବିଦ୍ୟୁତ ଖମ୍ବରୁ ଘରକୁ ସଂଯୋଗ ହୋଇଥିବା  ତାରକୁ ହଲାଇବା ପାଇଁ ଧରିଥିଲା।ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା ଏବଂ   ତାର ଧରି ଛାତ ଉପରେ  ଝୁଲି ରହିଥିଲା । ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର ପରେ ଆମ୍ବୁଲାନ୍ସରେ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ପ୍ରମୋଦ କୁମାର ମିଶ୍ର  ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପୁଲିସ  ଅଧିକାରୀ ନୀଳକଣ୍ଠ ବେହେରା  ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ ପରେ ମୃତଦେହ ଜବତ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ଆସନ୍ତା କାଲି  ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।

Comments are closed.