www.samajalive.in
Tuesday, December 9, 2025
16.1 C
Bhubaneswar

ଷଣ୍ଢା ଡ୍ୟାମରେ ବୁଲୁଛି ମହାବଳ ବାଘ, ଭୟରେ ଜନସାଧାରଣ

ବାଣପୁର: ପ୍ରାୟ ଏକ ମାସ ହେବ ବାଲୁଗାଁ ଓ ଟାଙ୍ଗି ବନାଞ୍ଚଳ ଅନ୍ତର୍ଗତ ବାଣପୁର ବ୍ଳକର ବରବରା ଓ ଶୂଳିଆ ଜଙ୍ଗଲରେ ଗୋଟିଏ ମହାବଳ ବାଘ ଘୁରି ବୁଲୁଥିବା ବେଳେ ଗତ ୨୧ତାରିଖ ଶନିବାରେ ବାଘଟି ସଲପଡିହ ଗ୍ରାମର ଏକ ଷଣ୍ଢକୁ ମାରି ଖାଇଦେଇଥିଲା। ବାଘକୁ କେହି ଦେଖି ନଥିଲେ ମଧ୍ୟ ପାଦ ଚିହ୍ନରୁ ମହାବଳ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଥିଲା। ତେବେ ପୁଣି ଶନିବାର ଦିନ ଉକ୍ତ ବାଘଟି ଶୂଳିଆ ଜଙ୍ଗଲରୁ ଆସି ଗମ୍ଭାରୀମୁଣ୍ଡା ନିକଟସ୍ଥ ଷଣ୍ଢା ଡ୍ୟାମ ଅଞ୍ଚଳରେ ବୁଲୁଥିବାର ପାଦ ଚିହ୍ନରୁ ଜଣାପଡିଛି। ବାଲୁଗାଁ ବନାଞ୍ଚଳ ପଦ୍ମପୁର ସେକ୍ସନ ଅନ୍ତର୍ଗତ ଷଣ୍ଢା ଡ୍ୟାମ ନିକଟରେ ଥିବା ପ୍ରଦୀପ ସାମନ୍ତସିଂହାରଙ୍କ ଫାର୍ମ ହାଉସର ପୋଖରୀ ରାସ୍ତାରେ ବାଘର ପାଦଚିହ୍ନ ପଡିଥିବାର ଖବର ପାଇ ବନବିଭାଗ ଅଧିକାରୀମାନେ ଅନୁସନ୍ଧାନ କରିବା ସହ ସ୍ପଷ୍ଟ କରିଛନ୍ତି ।

ଜଙ୍ଗଲରେ ମହାବଳ ବାଘ ବୁଲୁଥିବାର ଖବର ପ୍ରଘଟ ହେବାରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଏବେ ଆତଙ୍କିତ ହୋଇପଡିଛନ୍ତି। ଜଙ୍ଗଲ ନିକଟସ୍ଥ ଚାଷ ଜମିକୁ ଯିବାକୁ ଚାଷୀମାନେ ଭୟ କରୁଛନ୍ତି। ସ୍ଥାନୀୟ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ସ୍ପଷ୍ଟ ହେବା ପରେ ବନ ବିଭାଗ ପକ୍ଷରୁ ଟ୍ରାକ ଏବଂ ଡ୍ରୋନ୍ କ୍ୟାମେରା ଦ୍ୱାରା ବାଘର ଗତିବିଧିକୁ ଅନୁଧ୍ୟାନ କରାଯିବା ସହ ବିଭାଗୀୟ ଅଧିକାରୀମାନେ ଜଙ୍ଗଳ ମଧ୍ୟରେ ଫୁଟ ପାଟ୍ରୋଲିଙ୍ଗ ଚଳାଇଥିଲେ ମଧ୍ୟ ବାଘକୁ ଠାବ କରି ପାରି ନାହାନ୍ତି। ଶୂଳିଆ ଜଙ୍ଗଲର ଡ୍ରୋନ୍ ଓ ଟ୍ରାକ କ୍ୟାମେରା ହେଉ କି ବରବରା ଜଙ୍ଗଲରେ ଲାଗିଥିବା ଟ୍ରାକ କ୍ୟାମେରାରେ ଏପର୍ଯ୍ୟନ୍ତ ବାଘର ଛବି ଆସିନାହିଁଁ। ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ବାଘର ଗତିବିଧି କିମ୍ବା ବାଘକୁ ଠାବ କରିବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଛି। ବାଘକୁ ଶୀଘ୍ର ଧରିବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା।

- Advertisement -

ତେବେ ବାଘ ଜଙ୍ଗଲରେ ବୁଲୁଛି, କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁଁ। ପାଦ ଚିହ୍ନ ଦେଖିବାପରେ ବାଲୁଗାଁ ବନାଞ୍ଚଳର ଧୂଆଁନଳୀ ସେକ୍ସନ, ପଦ୍ମପୁର ସେକ୍ସନ ଓ ବାଲୁଗାଁ ଅଞ୍ଚଳରେ ୩ଟି ଦଳ ଫୁଟ ପାଟ୍ରୋଲିଙ୍ଗ କରୁଛନ୍ତି। ବାଘ ରଣପୁର ରାଇପଡା କିମ୍ବା ପଦ୍ମପୁର ଜଙ୍ଗଲକୁ ଯାଇପାରେ ବୋଲି ବାଘର ଗତିବିଧିକୁ ଅନୁଧ୍ୟାନ କରି ସୂଚନା ଦେଇଛନ୍ତି ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ କୁମାର ମହାନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories