www.samajalive.in
Sunday, December 7, 2025
23.1 C
Bhubaneswar

ଜୀ ସାର୍ଥକରେ ଖୁବ୍‌ ଶୀଘ୍ର ; ନୂଆ ମେଗା ଧାରାବାହିକ ‘ମନ ରହିଗଲା ତୁମରି ଠାରେ’

ଭୁବନେଶ୍ବର : ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର‌୍ୟ୍ୟକ୍ରମ ଓ ଧାରାବାହିକ। ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ସହିତ ଅନେକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ସେହି ପରିପ୍ରେକ୍ଷିରେ ଆସନ୍ତା ୩୦ ତାରିଖ ଠାରୁ ପ୍ରତିଦିନ ସୋମ ରୁ ରବି ସନ୍ଧ୍ୟା ୬ ଟାରେ ନୂଆ ମେଗା ଧାରାବାହିକ ‘ମନ ରହିଗଲା ତୁମରି ଠାରେ’ ଦେଖନ୍ତୁ।

ଅସୀ ଦଶକର ମଧ୍ୟଭାଗରେ ଅସୁବିଧାରେ ପଡି ଶ୍ୟାମୋଲି ତାଙ୍କ ଛୋଟ ଗାଁରୁ ଆସି ଭୁବନେଶ୍ୱରରେ ଏକ ନୂତନ ଜୀବନର ଆରମ୍ଭ କରନ୍ତି। ପ୍ରଥମେ ତାଙ୍କୁ ଏକ କ୍ୟାଟରିଂ କମ୍ପାନୀରେ କାମ ମିଳେ ଯେଉଁଠାରେ ତାଙ୍କର ରନ୍ଧନ ଶୈଳୀ କମ୍ପାନୀର ମାଲିକ କିଞ୍ଜଲଙ୍କୁ ପ୍ରଭାବିତ କରିଥାଏ। ଯଦିଓ ସେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ କିନ୍ତୁ ତାଙ୍କ ଅକସ୍ମାତ ମୃତ୍ୟୁ ଶ୍ୟାମୋଲିଙ୍କୁ ଦୋହଲାଇଦିଏ। ସେପଟେ କିଞ୍ଜଲଙ୍କ ଭାଇ ଅନିକେତ ଶ୍ୟାମୋଲିଙ୍କୁ ନିଜ ଭାଇର ମୃତ୍ୟୁ ପାଇଁ ଦାୟୀ କରିବା ସହ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ। ସମୟ ସହିତ, ସେମାନଙ୍କର ଅଶାନ୍ତପୂର୍ଣ ସମ୍ପର୍କ ପାରସ୍ପରିକ ସମ୍ମାନ ଏବଂ ଅପ୍ରତ୍ୟାଶିତ ପ୍ରେମରେ ପରିଣତ ହୁଏ କିନ୍ତୁ ହଠାତ କିଞ୍ଜଲ ଚମତ୍କାର ଭାବରେ ଫେରି ଆସନ୍ତି, ହେଲେ ଏବେ ଶ୍ୟାମୋଲି କରିବେ କ’ଣ ଜାଣିବା ପାଇଁ ଦେଖନ୍ତୁ ଆସନ୍ତା ୩୦ ତାରିଖ ସୋମବାର ସନ୍ଧ୍ୟା ୬ ଟା ରେ ‘ମନ ରହିଗଲା ତୁମରି ଠାରେ’।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories