ମାଛ ନା କୁମ୍ଭୀର; ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଏହି ବିଶାଳକାୟ ଜୀବ, ହୋସ୍‌ ଉଡାଇବ ଭିଡିଓ..

ନୂଆଦିଲ୍ଲୀ : କାନାଡାରେ ମତ୍ସ୍ୟଜୀବୀମାନେ ପାଣି ଭିତରେ ଧିରେ ଧିରେ ଯାଉଥିବା ଏକ ବିଶାଳକାୟ କୁମ୍ଭୀର ଭଳି ଏକ ମାଛ ଧରିଛନ୍ତି । ମତ୍ସ୍ୟଜୀବୀମାନେ ଏହି ବିଶାଳକାୟ ମାଛକୁ ଦେଖି ସ୍ତବ୍ଧ ହେବା ସହ ଭୟଭୀତ ହୋଇ ଯାଇଥିଲେ । ବିଶାଳକାୟ ମାଛର ଆକାର କୁମ୍ଭୀର ଭଳି ଥିଲା।

ଭିଡିଓକୁ ଥରେ ନୁହେଁ ସୋସିଆଲ ମିଡିଆ ବ୍ୟବହାରକାରୀ ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି । ଭିଡିଓଟି ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । କିଛି ଲୋକେ ଏହି ପ୍ରଜାତିର ମାଛକୁ ଚିହ୍ନଟ କରିବାକୁ ଚେଷ୍ଟା କରିଛନ୍ତି । ଲୋକେ ଭିଡିଓକୁ ଦେଖି ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ଏକ୍ସ ବ୍ୟବହାରକାରୀ ଏହି ବିଶାଳକାୟ ମାଛକୁ ‘ଷ୍ଟର୍ଜନ ମାଛ’ ବୋଲି କହିଛନ୍ତି।

ଏହି ମାଛ ଏକ ପ୍ରାଚୀନ ଜୀବ । ଯାହା ପ୍ରାୟ ୨୦ କୋଟି ବର୍ଷରୁ ଅଧିକ ସମୟ ଧରି ରହିଛି। ଏଗୁଡିକ ମୁଖ୍ୟତଃ ଉତ୍ତର ଗୋଲାର୍ଦ୍ଧରେ ନଦୀ, ହ୍ରଦ ଏବଂ ଉପକୂଳ ଜଳରେ ଦେଖାଯାଏା ଏମାନେ ୬ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇପାରୁଥିବା ବେଳେ ଓଜନ ୬୮୦ କିଲୋଗ୍ରାମରୁ ଅଧିକ ଏହି ମାଛଗୁଡ଼ିକ ମୁଖ୍ୟତଃ ଛୋଟ ମାଛ ଆଦି ଖାଇଥାଆନ୍ତି । ଏହି ମାଛମାନେ ଅଣ୍ଡା ଦେବା ପାଇଁ ମଧୁର ଏବଂ ଲୁଣିଆ ଜଳ ମଧ୍ୟରେ ରହି ଥାଆନ୍ତି । ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିପାରନ୍ତି।

ଅକ୍ଟୋବର ୧ରୁ ବଦଳିବ ସିମ୍‌ କାର୍ଡର ନିୟମ ; ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌, ବିଏସଏନଏଲ ବ୍ୟବହାରକାରୀ ଦିଅନ୍ତୁ ଧ୍ୟାନ..

Comments are closed.