www.samajalive.in
Saturday, December 6, 2025
16.1 C
Bhubaneswar

ଅକ୍ଟୋବର ୧ରୁ ବଦଳିବ ସିମ୍‌ କାର୍ଡର ନିୟମ ; ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌, ବିଏସଏନଏଲ ବ୍ୟବହାରକାରୀ ଦିଅନ୍ତୁ ଧ୍ୟାନ..

ନୂଆଦିଲ୍ଲୀ : ସିମ୍‌ କାର୍ଡର ବ୍ୟବହାର କରୁଥିଲେ, ଏହାସହ ଜଡିତ କିଛି ନିୟମ ଜାଣି ରଖନ୍ତୁ । ଟ୍ରାଇ ପକ୍ଷରୁ ଅନେକ ସମୟରେ ନିୟମରେ ପରିବର୍ତ୍ତନ କରାଯାଏ । ବର୍ତ୍ତମାନ ଟ୍ରାଇ ପକ୍ଷରୁ ଆଉ ଏକ ନିୟମ ବଦଳିଛି । ଏହି ନିୟମ ଲାଗୁ ହେବା ପରେ ଉପଭୋକ୍ତା ସହଜରେ ଜାଣି ପାରିବେ, ସେମାନଙ୍କ ଅଞ୍ଚଳରେ କେଉଁ କେଉଁ ନେଟୱର୍କ ଉପଲବ୍ଧ। କାରଣ ଏବେ ଟ୍ରାଇ ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌, ବିଏସଏନଏଲକୁ ଏହାସହ ଜଡିତ ନୂଆ ନିୟମକୁ ଲାଗୁ କରିବା ପାଇଁ କହିଛି।

ଗୋଟିଏ କମ୍ପାନୀ ପକ୍ଷରୁ ଭିନ୍ନ ଭିନ୍ନ ନେଟୱର୍କ ଦିଆଯାଇଥାଏ । କୌଣସି ଅଞ୍ଚଳରେ ୫ଜି ନେଟୱର୍କ ଆସୁଥିଲେ, ତେବେ ଏହା ଜରୁରୀ ନୁହେଁ ସମସ୍ତ ସ୍ଥାନରେ ୫ଜି ନେଟୱର୍କ ଆସିବ। ସ୍ଥାନ ପରିବର୍ତ୍ତନ ହେଲେ ନେଟୱର୍କ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଗୋଟିଏ କମ୍ପାନୀ ସ୍ଥାନ ଅନୁଯାୟୀ, ନେଟୱର୍କରେ ପରିବର୍ତ୍ତନ କରିପାରେ କିମ୍ବା ଆପେ ଆପେ ନେଟୱର୍କରେ ପରିବର୍ତ୍ତନ ହୋଇଥାଏ।

ଆଉ ମାତ୍ର ୫ ଦିନ ପରେ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ, ଏହି ରାଶି ହେବେ ଭାଗ୍ୟଶାଳୀ..

- Advertisement -

ଟ୍ରାଇ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଟେଲିକମ୍‌ କମ୍ପାନୀଗୁଡିକୁ ୱେବସାଇଟରେ ଏହାର ତଥ୍ୟ ଦେବାକୁ ପଡିବ । ଫଳରେ ଉପଭୋକ୍ତାଙ୍କ ପାଇଁ ଜାଣିବାକୁ ସହଜ ହେବ, ସେମାନଙ୍କ ଅଞ୍ଚଳରେ କେଉଁ ନେଟୱର୍କ ଉପଲବ୍ଧ । ଆପଣଙ୍କ ଅଞ୍ଚଳରେ ୫ଜି ନେଟୱର୍କ ଅଛି କି ନାହିଁ ୱେବସାଇଟ୍‌ରୁ ଏହା ଜାଣି ପାରିବେ।

ସ୍ପାମ୍‌ କଲ୍‌ ଉପରେ ନିୟନ୍ତ୍ରଣ ରଖିବାକୁ ଟ୍ରାଇ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ନିୟନ୍ତ୍ରଣ କରିବାକୁ ଟେଲିକମ୍‌ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ କମ୍ପାନୀ ସ୍ଥାନୀୟ ନମ୍ବର ସାହାଯ୍ୟରେ ପ୍ରମୋସନ୍‌ ଆରମ୍ଭ କରି ଥାଆନ୍ତି । ଏହି କଲ୍‌କୁ ସ୍ପାମ୍‌ ତାଲିକାରେ ସାମିଲ କରାଯିବ।

ରାତ୍ରି ଭୋଜନ ତିଆରି କଲେନି ସ୍ୱାମୀ, ସ୍ତ୍ରୀ ମାଗିଲେ ଛାଡପତ୍ର..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories