www.samajalive.in
Sunday, December 7, 2025
26.1 C
Bhubaneswar

ଏହି ୪ ଆତଙ୍କବାଦୀଙ୍କୁ ଧରାଇଲେ ପୁଲିସ ଦେବ ୨୦ଲକ୍ଷ ପୁରସ୍କାର: ଜାରି ହେଲା ସ୍କେଚ୍‌‌

ଜାମ୍ମୁ: ଡୋଡା ଜିଲାରେ ଦୁଇଟି ଆକ୍ରମଣରେ ସମ୍ପୃକ୍ତ ଚାରିଜଣ ଆତଙ୍କବାଦୀଙ୍କ ସ୍କେଚ୍‌‌ ଜାରି କରିଛି ଜାମ୍ମୁ-କାଶ୍ମୀର ପୁଲିସ। ଏମାନଙ୍କୁ ଧରିବା ପାଇଁ ସହାୟତା କଲେ ୨୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ ଘୋଷଣା କରିଛି। ମଙ୍ଗଳବାର ଦିନ ଏହି ଆତଙ୍କବାଦୀମାନେ ଭଦ୍ରୱାସ୍ଥିତ ଚତରଗଲ୍ଲା ଠାରେ ୪ଟି ରାଷ୍ଟ୍ରୀୟ ରାଇଫଲ ଓ ପୁଲିସର ମିଳିତ ପୋଷ୍ଟରେ ଗୁଳି ଚଳାଇଥିଲେ। ଏହାସହିତ ଜିଲାର ଗଣ୍ଡୋହ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଟିମ୍‌‌ ଉପରେ ଆକ୍ରମଣ କରିଥିଲେ। ଫଳରେ ଜଣେ ପୁଲିସ କର୍ମୀଙ୍କ ସହିତ ସାତ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ।
ପୁଲିସ ମୁଖପାତ୍ର ସୂଚନା ଦେଇ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ପୁଲିସ ୪ଜଣ ଆତଙ୍କବାଦୀଙ୍କ ସ୍କେଚ୍‌‌ ଜାରି କରିଛି। ଏହି ୪ଜଣ ଭଦ୍ରୱାହ, ଥାଥରୀ, ଗଣ୍ଡୋହ ଅଂଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି। ଏମାନଙ୍କ ନାଁରେ ମୋଟ ୨୦ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଛି। ଏମାନଙ୍କୁ ଧରିବାକୁ ସୂଚନା ଦେଲେ ପ୍ରତ୍ୟେକଙ୍କୁ ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଏମାନଙ୍କ ସମ୍ପର୍କରେ କିଛି ବି ସୂଚନା ପାଇଲେ ପୁଲିସକୁ ତୁରନ୍ତ ଖବର ଦେବାକୁ ଜାମ୍ମୁ-କାଶ୍ମୀର ପୁଲିସ ଲୋକଙ୍କୁ ଅପିଲ୍‌‌ କରିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories