www.samajalive.in
Friday, December 5, 2025
20.1 C
Bhubaneswar

ଧୁଆଁଦାର ବ୍ୟାଟିଂ କଲେ ଏହି ଶିଶୁ ଖେଳାଳୀ: ସଚିନ୍‌‌ ଓ ମିତାଲି କଲେ ଭୁରି ଭୁରି ପ୍ରଶଂସା

ଜମ୍ମୁ-କାଶ୍ମୀର: ପୁଅଙ୍କ ସହିତ ଧୁଆଁଦାର ବ୍ୟାଟିଂ କରୁଛନ୍ତି ତୃତୀୟ ଶ୍ରେଣୀରେ ପଡୁଥିବା ଏହି ବାଳିକା। କ୍ରିକେଟ ମୈଦାନରେ ସବୁ ପ୍ରକାର ସଟ୍‌‌ ଖେଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଜମ୍ମୁ-କାଶ୍ମୀରର ବାସିନ୍ଦା ହୁରମତ୍‌‌ ଇରଶାଦ। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଛାଇଯାଇଛନ୍ତି ହୁରମତ୍‌‌। ନିକଟରେ ସୋସିଆଲ ମିଡ଼ିଆରେ ସେ ବ୍ୟାଟିଂ କରୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଭିଡ଼ିଓକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମିତାଲି ରାଜ ଦେଖିବା ପରେ ଭୁରି ଭୁରି ପ୍ରଶଂସା କରି ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ବ୍ୟାଟିଂର ଏଭଳି କୌଶଳ ହୁରମତ୍‌‌ କିପରି ଶିଖଲେ ଏବଂ ସେ ଭବିଷ୍ୟତରେ ଜଣେ ଭଲ କ୍ରିକେଟର ହୋଇପାରିବେ ବୋଲି କହିଛନ୍ତି।

ବୈଜ୍ଞାନିକଙ୍କ ହାତରେ ଲାଗିଲା ଏହି ଗ୍ରହର ବଡ ରହସ୍ୟ

- Advertisement -


ଜମ୍ମୁ-କାଶ୍ମୀରର ସୋପେର ଭଳି ଏକ ଛୋଟ ଗାଁରେ ରହୁଥିବା ହୁରମତ୍‌‌ ଟିଭିରେ ମିତାଲି ରାଜଙ୍କୁ କ୍ରିକେଟ ଖେଳୁଥିବା ଦେଖି ସେ କ୍ରିକେଟ ଖେଳିବାକୁ ମନ ବଳାଇଛନ୍ତି। ସଚିନ ତେନ୍ଦୁଲକର, ବିରାଟ କୋହଲି, କେ.ଏଲ୍‌‌ ରାହୁଲ, ରୋହିତ ଶର୍ମା, ଶୁଭମନ୍‌‌ ଗିଲ୍‌‌, ଇଶାନ କିଶାନଙ୍କ ଦ୍ୱାରା ହୁରମତ୍‌‌ ପ୍ରଭାବିତ ହୋଇ କ୍ରିକେଟ ଖେଳୁଛନ୍ତି। କ୍ରିକେଟର ନିଶା ହୁରମତଙ୍କୁ ଏଭଳି ଘାରିଛି ଯେ ସେ ଗାଁର ସବୁ ପୁଅ ପିଲାଙ୍କୁ ନେଇ ଏକ ଟିମ କରି ନିଜେ କ୍ୟାପଟେନ ହୋଇ ମ୍ୟାଚ ଖେଳୁଛନ୍ତି। ହୁରମତଙ୍କ ଜେଜେ ହିଁ ତାଙ୍କୁ ବ୍ୟାଟ ଧରାଇ ଖେଳିବାକୁ ସାହାସ ଦେଇଛନ୍ତି। ଏତେ ଛୋଟ ବୟସରଙ୍କ ଭଲ କ୍ରିକେଟ ଖେଳୁଥିବାରୁ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ହୁରମତଙ୍କ ପାଠ ପାଢା ସାଙ୍ଗକୁ କ୍ରିକେଟ ପାଇଁ ତାଙ୍କୁ ସ୍କୁଲ ପକ୍ଷରୁ ସ୍କଲାରସିପ୍‌‌ ପ୍ରଦାନ କରାଯାଉଛି। ହୁରମତଙ୍କ ସ୍ୱପ୍ନ ଦିନେ ସେ ନୀଳ ଜର୍ସି ପିନ୍ଧି ଭାରତୀୟ ଦଳରେ ସାମିଲ ହୋଇ କ୍ରିକେଟ ଖେଳିବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories