www.samajalive.in
Saturday, December 6, 2025
17.1 C
Bhubaneswar

ଷଣ୍ଢକୁ ଉସୁକାଇଲେ ବ୍ୟକ୍ତି : ତା’ପରେ ୩ ଥର ଉଠାଇ.. କ’ଣ ହେଲା ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ କରିବା ସହ ଭୟ ଲାଗିଥାଏ। ବିଶେଷ କରି ଜୀବଜନ୍ତୁଙ୍କ ସହ ଜଡିତ ଭିଡିଓ। ନିକଟରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖିବା ମାତ୍ରେ ଭୟରେ ଛାତି ଥରି ଉଠିବ। କଥାରେ ଅଛି ଆ ବଳଦ ମତେ ମାର୍। ଏହି କଥାଟି ଏହି ଭିଡିଓରେ ପ୍ରମାଣିତ ହେଉଛି।


ଏକ ଜନବସତି ଅଞ୍ଚଳରେ ଜଣେ ବ୍ୟକ୍ତି, ଷଣ୍ଢ (ଜଙ୍ଗଲୀ ଷଣ୍ଢ) ମଧ୍ୟରେ ହୋଇଥିବା ଆକ୍ରମଣର ଦୃଶ୍ୟ ଭାଇରାଲ୍ ହେଉଛି। ମାତ୍ର ଏହି ଘଟଣା ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଚିନ୍ତାର ବିଷୟ। ଜଣେ ଆଇଏଫଏସ ଅଧିକାରୀ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓ ଅନୁଯାୟୀ ବ୍ୟକ୍ତି ଜଣକ ଷଣ୍ଢକୁ ଉସୁକାଇବା ପରେ ଷଣ୍ଢ ଖୁବ୍ ଜୋରରେ ଡିଆଁ ମାରିବା ସହ ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଛି। ଅନେକ ଚେତାବନୀ ଦେବା ପରେ ବ୍ୟକ୍ତି ଜଣକ ଷଣ୍ଢକୁ ଉସୁକାଇବା ଭିଡିଓରେ ଦେଖାଯାଉଛି।

ଟାଟୁ କରିପାରିବେନି ପୁଲିସ୍ କର୍ମଚାରୀ; ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

- Advertisement -


ଷଣ୍ଢ ଖୁବ୍ ଜୋର୍ ରେ ରାଗି ଯାଉଛି। ଏହାପରେ ଷଣ୍ଢ ଉକ୍ତ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରି ଉପରକୁ ଉଠାଇ କଚାଡି ଦେଉଛି। ବ୍ୟକ୍ତି ଜଣକ ଆହତ ହୋଇଥିଲେ, ମାତ୍ର ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି।

ବିବାହ ପାଇଁ ହେଲିକପ୍ଟର ବୁକ୍ କରିବେ କି? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡିବ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories