www.samajalive.in
Saturday, December 6, 2025
19.1 C
Bhubaneswar

ଲୋକସଭା ନିର୍ବାଚନ: ମେହବୁବା ମୁଫତିଙ୍କୁ ଟକ୍କର ଦେବେ ଗୁଲାମ ନବୀ ଆଜାଦ୍‌‌

ନୂଆଦିଲ୍ଲୀ: କାଶ୍ମୀରର ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ପିଡିପି। କାଶ୍ମୀରର ଅନନ୍ତନାଗ-ରଜୌରୀ, ଶ୍ରୀନଗର ଏବଂ ବାରାମୁଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଅନନ୍ତନାଗ-ରଜୌରୀ ଆସନରୁ ପିଡିପି ମୁଖ୍ୟ ମେହବୁବା ମୁଫତି ପ୍ରାର୍ଥୀ ହୋଇଛନ୍ତି। ଏଠାରେ ଗୁଲାମ ନବୀ ଆଜାଦଙ୍କ ସହ ତାଙ୍କର ସିଧାସଳଖ ଟକ୍କର ହେବ। ପ୍ରାର୍ଥୀ ଘୋଷଣା ବେଳେ ମେହବୁବା କହିଛନ୍ତି ଯେ ଆମେ କାଶ୍ମୀରର ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ ଏବଂ ଜମ୍ମୁରେ କଂଗ୍ରେସକୁ ସମର୍ଥନ କରିବୁ। ମେହବୁବା ମୁଫତି ପୂର୍ବରୁ ମଧ୍ୟ ଅନନ୍ତନାଗରୁ ସାଂସଦ ରହିଛନ୍ତି। ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍‌‌ ମଧ୍ୟ ଏହି ଆସନରୁ ସାଂସଦ ରହିସାରିଛନ୍ତି। ଏହି ଆସନରେ ଏଥର ଲଢେଇ ବରାବର ହେବ ବୋଲି କୁହାଯାଉଛି। ସେହିପରି ଶ୍ରୀନଗରରେ ଦଳର ଯୁବ ନେତା ମହମ୍ମଦ ୱହିଦ ପାରା ଏବଂ ବାରାମୁଲା ଆସନରେ ଫୟାଜ୍‌‌ ମିରଙ୍କୁ ପ୍ରାର୍ଥୀ କରିଛି ପିଡିପି।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories