www.samajalive.in
Friday, December 5, 2025
20.1 C
Bhubaneswar

ଏତିକି କୋଟିର ମାଲିକ ଅଲ୍ଲୁ ଅର୍ଜୁନ: ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛା

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ଆଜି ୪୨ତମ ଜନ୍ମଦିନ। ପୁଷ୍ପା-୨ର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ଦମଦାର ଅଭିନୟ, ଲୁକ୍‌‌ ଏବଂ ବେଶ ଭଲ ଡ୍ୟାନ୍ସ କରି କୋଟି କୋଟି ଲୋକଙ୍କ ହୃଦୟରେ ଆଜି ରାଜ କରୁଛନ୍ତି। ଆଜିର ଯୁବପୀଢିଙ୍କ ପ୍ରଥମ ପସନ୍ଦ ଏହି ସାଉଥ୍‌‌ ସୁପରଷ୍ଟାର। ତାଙ୍କୁ ସାଉଥ ଇଣ୍ଡଷ୍ଟ୍ରୀର ସବୁଠାରୁ ଷ୍ଟାଇଲିସ୍‌‌ ଷ୍ଟାର ଭାବରେ ବିବେଚନା କରାଯାଏ। ଆଜି ତାଙ୍କ ଜନ୍ମଦିନ ଅବସରରେ ପୁଷ୍ପା-୨ର ଟିଜିର ରିଲିଜ କରିବାକୁ ଯାଉଛନ୍ତି ଫିଲ୍ମର ନିର୍ଦ୍ଦେଶକ। ତେବେ ଅଲ୍ଲୁ ଅର୍ଜୁନଙ୍କ ବିଳାସପୂର୍ଣ୍ଣ ଲାଇଫ୍‌‌ ଷ୍ଟାଇଲ୍‌‌ ଏବଂ କେତେ କୋଟିର ମାଲିକ ଚାଲନ୍ତୁ ଜାଣିବା।
ସାଉଥ୍‌‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସବୁଠାରୁ ଧନୀ ଷ୍ଟାରଙ୍କ ମଧ୍ୟରେ ଅନ୍ୟତମ ଅଲ୍ଲୁ ଅର୍ଜୁନ। ଏକ ରିପୋର୍ଟ ଅନୁଯାୟୀ ଅଲ୍ଲୁ ଅର୍ଜୁନ ଏକ ଫିଲ୍ମ ପାଇଁ ୨୧୦କୋଟି ଟଙ୍କା ଫି ନେଇଥାନ୍ତି। ଚଳଚ୍ଚିତ୍ର ବ୍ୟତୀତ ସେ ବିଜ୍ଞାପନ ପାଇଁ ବିପୁଳ ପରିମାଣର ଚାର୍ଜ କରନ୍ତି। freepressjournal.in ରିପୋର୍ଟ ଅନୁଯାୟୀ ଅଲ୍ଲୁ ଅର୍ଜୁନଙ୍କର ସମ୍ପତ୍ତି ୪୬୦କୋଟିର ଅଧିକ ହେବ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଲ୍ଲୁ ଅର୍ଜୁନ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ହାଇଦ୍ରାବାଦରେ ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ଜୁବୁଲି ହିଲ୍ସ ଅଞ୍ଚଳରେ ରହିଥିବା ଏହି ବଙ୍ଗଳା ୮ହଜାର ବର୍ଗଫୁଟରୁ ଅଧିକ ଜାଗାରେ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯାଇଛି। ଘର ଭିତରେ ୧୦୦କୋଟିରୁ ଅଧିକ ମୂଲ୍ୟରେ ଏକ ବଡ ସୁମିଂ ଫୁଲ୍‌‌ ରହିଛି। ହାଇଦ୍ରାବାଦ ବାହାରେ ମୁମ୍ବଇରେ ଅଲ୍ଲୁ ଅର୍ଜୁନଙ୍କ ଆଉ ଏକ ଆପାର୍ଟମେଣ୍ଟ ମଧ୍ୟ ରହିଛି।
ଅଲ୍ଲୁ ଅର୍ଜୁନଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ମଧ୍ୟରେ ଏକ କଳା ଭ୍ୟାନ ରହିଛି। ଏହି ଭ୍ୟାନର ଦାମ ୭କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ଗାଡିଟି ଖାସ କରି ଅଲ୍ଲୁ ଅର୍ଜୁନଙ୍କ ପାଇଁ ଡିଜାଇନ୍‌‌ କରାଯାଇଛି। ଏଥିରେ ଅଧିକାଂଶ ସମୟ ସେ ଯାତ୍ରା କରିବା ସହ ଫଟୋ ମଧ୍ୟ ସେୟାର କରିଥାନ୍ତି। ଭ୍ୟାନରେ ମେକଅପ୍‌‌ ରୁମ୍‌‌, ଟିଜି, ସୋଫା ଠାରୁ ଆରମ୍ଭ କରି ବେଡରୁମ୍‌‌ ଭଳି ଡିଜାଇନ୍‌‌ କରାଯାଇଛି। ଏଠାରେ ଅଲ୍ଲୁଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି। ଏହାବ୍ୟତୀତ ତାଙ୍କ ପାଖରେ ଅନେକ ପ୍ରକାର ବିଳାସପୂର୍ଣ୍ଣ କାର ମଧ୍ୟ ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories