www.samajalive.in
Saturday, December 6, 2025
16.1 C
Bhubaneswar

ଦ୍ୱାରଶୁଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା ; ଡ୍ରାଇଭର ଗୁରୁତର

ବାଙ୍ଗିରିପୋଷି ; ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା।  ଯାତ୍ରୀବାହୀ ବସ୍ ଏକ ବଡ ପଥରରେ ପିଟି ହେବା ଫଳରେ ଚାଳକ ଗୁରୁତର ଆହତ ହେବା ସଙ୍ଗେ ସଙ୍ଗେ ୩୦ରୁ ଉର୍ଦ୍ଧ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ମୂତାବକ ଶ୍ରୀ ବିଷ୍ଣୁ ନାମକ ଏକ ବସ ଶ୍ରମିକ ମାନଙ୍କୁ ନେଇ ଦେବଗଡ଼ ଜିଲ୍ଳାରୁ ମୁର୍ଶିଦାବାଦ କୁ  ଯାଉଥିଲା। ହଠାତ୍ ବସଟି ଦ୍ୱାରଶୁଣି ଘାଟି ରାସ୍ତାରେ ପଥରରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଚାଳକ ଜଣକ ଚାପି ହୋଇ ଯାଇଥିବା ବେଳେ ବସରେ ଥିବା ପ୍ରାୟ ୮୦ ଜଣ ଶ୍ରମିକଙ୍କ ମଧ୍ୟରୁ ୩୦ ରୁ ଉର୍ଦ୍ଧ ଆହତ ହୋଇଥିଲେ। ବାଙ୍ଗରିପୋଷି ପୁଲିସ ଓ ଅଗ୍ନିଶମ କର୍ମଚାରୀ  ଘଟଣା ସ୍ଥଳରେ ପହଂଚି  ଆହତ ମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେପଟେ ଗୁରୁତର ଥିବା ଶ୍ରମିକ ମାନଙ୍କୁ ବାରିପଦା ପିଆରଏମ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories