www.samajalive.in
Sunday, December 7, 2025
26.1 C
Bhubaneswar

ଖୁବଶୀଘ୍ର ଜହିର ଇକବାଲଙ୍କ ହାତ ଧରିବେ ସୋନାକ୍ଷୀ! ସାମ୍ନାକୁ ଆସିଲା ବିବାହ ତାରିଖ ଓ ସ୍ଥାନ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ସେବେଠାରୁ ଆରମ୍ଭ ହୋଇଛି, ଯେବେଠାରୁ ଅଭିନେତ୍ରୀ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’କୁ ଯାଇଥିଲେ ଏବଂ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏବେ ତାଙ୍କ ବିବାହ ସମ୍ବନ୍ଧୀୟ ଅପଡେଟ୍ ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ସୋନାକ୍ଷୀ ଜହିର ଇକବାଲଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ଇତି ମଧ୍ୟରେ ଖବର ଆସିଛି ଯେ ଅଭିନେତ୍ରୀ ଜୁନ୍ ୨୩ରେ ମୁମ୍ବଇରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହାପରେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ ଯେ, ସୋନାକ୍ଷୀ ସିହ୍ନା ଏବଂ ଅଭିନେତା ଜହିର ଇକବାଲ ସାମାଜିକ ଗଣମାଧ୍ୟମରେ ଉଭୟଙ୍କର ଫଟୋ ସୁନ୍ଦର କ୍ୟାପ୍ସନ ସହିତ ପୋଷ୍ଟ କରିଥା’ନ୍ତି। ନିକଟରେ ଅଭିନେତା ସୋନାକ୍ଷୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ କିଛି ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରିଥିଲେ।

- Advertisement -

ଖବର ମୁତାବକ, ଖାସ୍‌ ବନ୍ଧୁ ଏବଂ ପରିବାର ବ୍ୟତୀତ ବାହାଘରକୁ ହିରାମଣ୍ଡିଙ୍କ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। କୁହାଯାଉଛି ଯେ, ବିବାହ ନିମନ୍ତ୍ରଣକୁ ମାଗାଜିନ୍‌ କଭର ପରି ଡିଜାଇନ୍ କରାଯାଇଛି, ଯେଉଁଥିରେ ଲେଖା ଅଛି – ‘ଗୁଜବଗୁଡ଼ିକ ସତ।’ ଅତିଥିମାନଙ୍କୁ ଫର୍ମାଲ ପୋଷାକ ପିନ୍ଧି ଆସିବାକୁ କୁହାଯାଇଛି ଏବଂ ମୁମ୍ବଇର ବେଷ୍ଟିୟନରେ ବିବାହ ଉତ୍ସବ ପାଳନ କରାଯିବ। ତେବେ ଏନେଇ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories