www.samajalive.in
Monday, December 8, 2025
14.1 C
Bhubaneswar

ରେମୋ ଡିସୁଜା ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ମାମଲା: ୬ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ

ସମାଜ ଡିଜିଟାଲ ଡେସ୍କ: ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡିସୁଜା ଓ ତାଙ୍କ ପତ୍ନୀ ଲିଜେଲ ଡିସୁଜାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ରେମୋ ଓ ଲିଜେଲ ୧୨ କୋଟି ଟଙ୍କାର ଠକେଇ କରିଥିବା ନେଇ ମହାରାଷ୍ଟ୍ରର ଏକ ଡାନ୍ସ ଗ୍ରୁପ୍‌ର ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ମୁତାବକ, ଠାଣେ ଜିଲାରେ ଅନ୍ୟ ୫ ଜଣ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ନିକଟରେ ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ରେମୋ ଓ ଲିଜେଲ ଡିସୁଜାଙ୍କୁ ୬ ଘଣ୍ଟା ପଚରାଉଚରା କରିଛି।

ଅଭିଯୋଗକାରୀ ପ୍ରଥମେ ନବଗର ଏବଂ ମୀରା ରୋଡ ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମୀରା ଭୟାନ୍ଦର-ବସଇ ବିରାର କମିଶନରେଟ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ଏହି ମାମଲାର ତଦନ୍ତ କରୁଛି। ନିକଟରେ ରେମୋ ଡିସୁଜା ଓ ତାଙ୍କ ପତ୍ନୀଙ୍କୁ ସମନ ଜାରି କରିଥିଲେ। ଏହାପରେ ଉଭୟଙ୍କୁ ଦୀର୍ଘ ୬ ଘଣ୍ଟା ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

- Advertisement -

ଏହି ମାମଲା ‘ଭି ଅନବିଟେବଲ’ ଡାନ୍ସ ଗ୍ରୁପ୍‌ ସହ ଜଡ଼ିତ। ଏହି ଗ୍ରୁପ୍‌ ଏକ ନୃତ୍ୟ ପ୍ରତିଯୋଗିତା ଜିତିଥିଲା, ଏହାପରେ ଆମେରିକା ଗଟ୍ ଟ୍ୟାଲେଣ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। କୋରିଓଗ୍ରାଫର ରେମୋ ତାଙ୍କ ଜୀବନ କାହାଣୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଏହି ଗ୍ରୁପ୍‌ ଅଭିଯୋଗ କରିଛି ଯେ, ବିଭିନ୍ନ ପ୍ରତିଯୋଗିତା ଏବଂ କାର୍ଯ୍ୟକ୍ରମରୁ ପ୍ରାପ୍ତ ଟଙ୍କା, ପୁରସ୍କାର ରାଶି, ଚଳଚ୍ଚିତ୍ର ଆଦି ପାଇଁ ପ୍ରାପ୍ତ ଅର୍ଥ ହଡ଼ପ କରାଯାଇଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories