www.samajalive.in
Friday, December 5, 2025
20.1 C
Bhubaneswar

ଶନିବାର ଦିନ କରନ୍ତୁ ନାହିଁ ଏହି ଭୁଲ; ମିଳିବ ଶୁଭଫଳ

ସମାଜ ଡିଜିଟାଲ: ଶନିବାର ହେଉଛି ନ୍ୟାୟର ଦେବତା ଶନି ଦେବଙ୍କ ବାର। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ନ୍ୟାୟ ପ୍ରିୟ ଦେବତା ଏବଂ ମଣିଷକୁ ପୃଥିବୀ ପୃଷ୍ଟରେ ନିଜର କର୍ମ ଅନୁସାରେ ସେ ଫଳ ଦେଇଥାନ୍ତି। କୁହାଯାଏ ଯେ ଶନି ଦେବଙ୍କ କୃପା ଯାହା ଉପରେ ପଡିଥାଏ ସେହି ବ୍ୟକ୍ତି ଫକିରରୁ ରାଜା ହୋଇଯାଏ। ସେହିପରି ଶନିଙ୍କ କୁଦୃଷ୍ଟି ଥରେ ଯାହା ଉପରେ ପଡିଯାଏ ସେ ବ୍ୟକ୍ତି ଧନୀରୁ ଗରିବ ହୋଇଯାଏ। ଶନିବାର ହେଉଛି ଏକ ଏଭଳି ଦିନ ଯେଉଁଦିନ ଆପଣ ଶନିଙ୍କ କୃପା ଲାଭ କରିପାରିବେ। ହେଲେ ଏହି ଦିନ କିଛି ଏଭଳି କାର୍ଯ୍ୟ ରହିଛି ଯାହା ଆପଣ କରିବା ଦ୍ୱାରା ଶନିଙ୍କ କୁଦୃଷ୍ଟିର ଶିକାର ହୋଇପାରନ୍ତି।

ଶନିବାର କଣ କରିବେ ନାହିଁ
ଜ୍ୟୋତିଷଙ୍କ ମତରେ ଶନିବାର ଦିନ କୌଣସି ଅଭାବୀ କିମ୍ବା ଗରିବ ଲୋକଙ୍କୁ ଅପମାନ କରିବା ଉଚିତ ନୁହେଁ। କିମ୍ବା ଗିରବଙ୍କୁ ହଇରାଣ କରିବା ଭଳି କାର୍ଯ୍ୟ କରନ୍ତୁ ନାହିଁ। ଏହି କାରଣରୁ ଶନିଦେବ କ୍ରୋଧିତ ହୁଅନ୍ତି ଏବଂ ଅସହାୟ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ଉଚିତ। ଏହାସହିତ ଶନିବାର ଦିନ ଲୁହା ଭୁଲରେ ବି କିଣନ୍ତୁ ନାହିଁ। ଲୁହା କିଣିବା ଦ୍ୱାରା ଶନିଦେବ କ୍ରୋଧିତ ହୁଅନ୍ତି ଏବଂ ଘରେ ଦାରିଦ୍ର୍ୟ ବଢିଥାଏ। ଖାଲି ସେତିକି ନୁହେଁ ଶନିବାର ଦିନ ମିଛ କୁହନ୍ତୁ ନାହିଁ। ଏଥିସହ ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିବା ଠାରୁ ଦୂରେଇ ରହିବା ଉଚିତ୍‌‌।
ସେହିପରି ଏହି ଦିନ ଘରର କୌଣସି ବୟସ୍କଙ୍କୁ ଅପମାନ କରିବା ଉଚିତ୍‌‌ ନୁହେଁ। ଘରୁ ବାହାରିବା ପୂର୍ବରୁ ଆପଣ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ ବାହାରକୁ ଯାଆନ୍ତୁ। ଶନିଦେବ ଏଥିରେ ସନ୍ତୁଷ୍ଟ ହୁଅନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories