www.samajalive.in
Friday, December 5, 2025
17.1 C
Bhubaneswar

ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ; ଚାଷୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଲଡ଼ୁଗାଁ/ମୋଟେର: ଜୟପାଟଣା ବ୍ଲକ ବଡ଼ ଟେମରି ପଞ୍ଚାୟତର ଚାଷୀମାନେ ରବି ଧାନ ବିକ୍ରି ପାଇଁ ସାନ ଟେମରି ମଣ୍ଡି ଉପରେ ନିର୍ଭରଶୀଳ ରହୁଥିବା ବେଳେ ଏହି ମଣ୍ଡିରେ ଧାନ କ୍ରୟରେ ଅହେତୁକ ବିଳମ୍ବ କରାଯାଉଛି। ତେଣୁ ଶୁକ୍ରବାର ବଡ଼ ଟେମରି ଗ୍ରାମର ଅନେକ ଚାଷୀ ଧର୍ମଗଡ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ମଣ୍ଡିରେ ମନ୍ଥର ଗତିରେ ଧାନ କ୍ରୟ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ସାନ ଟେମରି ମଣ୍ଡିରେ ମାଁ ଧନ ମାଉଳି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ କ୍ରୟ କରାଯାଉଥିବା ବେଳେ ଆଜିକୁ ଏକ ସପ୍ତାହରୁ ଅଧିକ ହେବ ଚାଷୀଙ୍କ ଧାନ ଧାର୍ଯ୍ୟ ତାରିଖରେ କ୍ରୟ ହେଉ ନ ଥିବା ଅଭିଯୋଗ ହେଉଛି । ପୁଣି ଗତ ୫ ତାରିଖରେ କାଳବୈଶାଖୀ ପ୍ରଭାବରେ ବର୍ଷା ଯୋଗୁଁ ମଣ୍ଡିରେ ଥିବା ଅନେକ ଚାଷୀ ଙ୍କ ଧାନ ଭିଜି ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ଧାନ କ୍ରୟ ଦାୟିତ୍ୱ ରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ କର୍ମଚାରୀମାନେ ଟାର୍ଗେଟ ନ ଥିବା ଦର୍ଶାଇ ଧାନ କ୍ରୟ କରୁ ନ ଥିବା ଚାଷୀ କହିଚନ୍ତି। ଏଣୁ ମଣ୍ଡିର ସୁପରିଚାଳନା ଓ ଧାନ କ୍ରୟ ତ୍ୱରାନ୍ୱିତ କରିବାକୁ ଶୁକ୍ରବାର ଡମ୍ବରୁ ଧର ବାଗ, ରାକେଶ ମାଝୀ, କୈଳାସ ଚନ୍ଦ୍ର ମାଝୀ, କପିଳ ମାଝୀ, ଦିବାକର ରଣା, ବିରଞ୍ଚି ପାନ, ହେମନ୍ତ ମାଝୀ, ସୁରଥ ସିଂ, ଦିଗାମ୍ବର ମାଝୀ, ଚିତରୁ ମାଝୀଙ୍କ ସମେତ ଅନେକ ଚାଷୀ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅଭିଯୋଗ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories