www.samajalive.in
Sunday, December 7, 2025
16.1 C
Bhubaneswar

ଲାଲ ବାହିନୀଙ୍କ ଉପରେ ପୁଣି ହମ୍‌ଲା: ପୁଲିସ ଗୁଳିରେ ୫ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡ଼ର ନାରାୟଣପୁର ଓ ଦନ୍ତେୱାଡ଼ା ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସ ସହ ଗୁଳି ବିନିମୟରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଓବାଦୀଙ୍କ ଆକ୍ରମଣରେ ୩ଜଣ ଡିଆର୍‌ଜି ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଗୋଭେଲ ଜଙ୍ଗଲରେ ପୁଲିସର ତଲାସ ଅଭିଯାନବେଳେ ସେଠାରେ ଲୁଚି ରହିଥିବା ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ପୁଲିସର ସାମ୍ନା କରି ନ ପାରି ମାଓବାଦୀମାନେ ସେଠାରୁ ପଛଘୁଞ୍ଚା ଦେଇ ଲୁଚି ପଳାଇଥିଲେ। ଏହାପରେ ପୁଲିସ ପକ୍ଷରୁ ସେଠାରେ ପୁଣି ତଲାସୀ ଅଭିଯାନ କରାଯାଇଥିବାବେଳେ ୫ ମାଓବାଦୀଙ୍କ ମରଶରୀର ଉଦ୍ଧାର କରାଯାଇଛି। ଦନ୍ତେୱାଡ଼ା ଏସ୍‌ପି ଗୌରବ ରାୟ ଏବଂ ନାରାୟଣପୁର ଏସ୍‌ପି ପ୍ରଭାତ କୁମାର ଏହି ସୂଚନା ଦେବା ସହ ସୁରକ୍ଷାକର୍ମୀ ତଲାସୀ ଅଭିଯାନରୁ ଫେରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories