ସକାଳ ୬ରୁ ରାତି ୧୦ ଭାରିଯାନ ଚଳାଚଳ ବନ୍ଦ

ଭବାନୀପାଟଣା: ଜିଲ୍ଲା ସଦର ମହକୁମା ରେ ନୋ ଏଣ୍ଟ୍ରି ସମୟ କୁ ପରିବର୍ତ୍ତନ କରାଯାଇଛି। ଜୁନ୍ ୧ ଅର୍ଥାତ୍ ଆଜିଠାରୁ ଭବାନୀପାଟଣା ସହର ମଧ୍ୟରେ ୧୦ ଟନ ରୁ ଅଧିକ ଓଜନ ବିଶିଷ୍ଟ ମାଲବାହୀ ଗାଡି ବା ଭାରିଜାନ ଚଳାଚଳ ସକାଳ ୬ ରୁ ରାତି ୧୦ ଯାଏଁ ପ୍ରତିବନ୍ଧକ କରାଯାଇଛି। ନୋ ଏଣ୍ଟ୍ରି ସମୟ ରେ ସହର ବାହାରେ ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନରେ ସମ୍ପୃକ୍ତ ଗାଡି ଗୁଡ଼ିକ ପାର୍କ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସହର ର ସମସ୍ତ ପ୍ରବେଶ ପଥ ଗୁଡ଼ିକ ରେ ପୋଲିସ ଚେକ୍ ପଏଣ୍ଟ ସ୍ଥାପନ, ଜାତୀୟ ରାଜପଥ ଉପରେ ଗାଡି ଗୁଡ଼ିକ ପାର୍କିଂ କଲେ ଜୋରିମାନା ଆଦାୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀ ସାମଗ୍ରୀ ବହନ କରିଥିବା ଗାଡି ଗୁଡ଼ିକୁ ଏଥିରୁ ବାଦ ଦିଆଯାଇଥିବା ଜିଲ୍ଲାପାଳ ଙ୍କ ଆଦେଶ ନାମାରେ ଉଲ୍ଲେଖ ରହିଛି।

Comments are closed.