www.samajalive.in
Sunday, December 7, 2025
26.1 C
Bhubaneswar

ନୂଆ ଧରଣର ଠକେଇ; ସିଲେଇ ତାଲିମ କେନ୍ଦ୍ର ଖୋଲିବାକୁ କହି ମହିଳାମାନଙ୍କ ଠାରୁ ୧୦ ଲକ୍ଷ ଲୁଟ୍

ଫୁଲବାଣୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏକ ନୂଆ ଧରଣର ଠକେଇ ସାମନାକୁ ଆସିଛି । ଯାହାକୁ ନେଇ ଠକେଇର ଶିକାର ହୋଇଥିବା ମହିଳା ମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଅଞ୍ଚଳରେ।

ଚାଣକ୍ୟ ନୀତି : ବାସ୍ ଏହି ଗୋଟିଏ ଉପାୟରେ ସବୁବେଳେ ରହିବେ ସୁସ୍ଥ ଓ ନିରୋଗ..

- Advertisement -

ସୂଚନା ଅନୁସାରେ ଟିକାବାଲି ଥାନା କଇଁଝର ଗାଁର ସନିରା ଦିଗାଲ ନାମକ ଜଣେ ବ୍ୟକ୍ତି କିଛି ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ମାନଙ୍କ ସହ ମିଶି ଏହି କଇଁଝର ଅଞ୍ଚଳର ପ୍ରାୟ ୪୦ ରୁ ୫୦ ଜଣ ମହିଳାଙ୍କ ନାଁରେ ଋଣ କରି ପ୍ରାୟ ୮ ରୁ ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ମହିଳା ମାନଙ୍କ କହିବା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ କିଛି ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ମାନଙ୍କ ସହ ମହିଳା ମାନଙ୍କୁ ଋଣ କରିବାକୁ କହିବା ସହ ଏହି ଋଣ ଟଙ୍କାରେ ସିଲେଇ ତାଲିମ କେନ୍ଦ୍ର ଖୋଲିବା ପାଇଁ କହିଥିଲେ। ମହିଳା ମାନେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରି ବିଭିନ୍ନ ବେସରକାରୀ ବ୍ୟାଙ୍କରୁ ଋଣ କରି ତାଙ୍କୁ ଦେଇଥିଲେ ଓ କିନ୍ତୁ ମହିଳା ମାନଙ୍କ ଠାରୁ ଟଙ୍କା ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି ସିଲେଇ ତାଲିମ କେନ୍ଦ୍ର ନଖୋଲି ଫେରାର ହୋଇଯାଇଥିଲେ। ମହିଳା ମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କଲେ ତାଙ୍କର କୌଣସି ଖୋଜ ଖବର ମିଳୁନଥିବା ବେଳେ ସେପଟେ ସମ୍ପୃକ୍ତ ଯୁବକଙ୍କ ସହ ଆସିଥିବା ଅର୍ଥ ଲଗାଣକାରୀ କର୍ମଚାରୀ ମାନଙ୍କ ପାଖରେ ଅଭିଯୋଗ କଲେ ସମ୍ପୃକ୍ତ କର୍ମଚାରୀ ମାନେ ମହିଳା ମାନଙ୍କୁ ଦୁର୍ବ୍ୟବହାର କରିବା ସହ ସେ ବିଷୟରେ ଆମେ କିଛି ଜାଣିନୁ ତମେ ବ୍ୟାଙ୍କରୁ ଋଣ ନେଇଛ ଓ ତମେ ହିଁ ସୁଝିବ ବୋଲି ଧମକ ଦେଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଶେଷରେ କୌଣସି ଉପାୟ ନପାଇ ମହିଳା ମାନେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନାରେ ସମ୍ପୃକ୍ତ ବ୍ୟକ୍ତି ଓ ଅର୍ଥଲଗାଣକାରୀ ସଂସ୍ଥା ମାନଙ୍କର କର୍ମଚାରୀ ମାନଙ୍କ ନାଁରେ ଲିଖିତ ଭାବରେ ଅଭିଯୋଗ କରିଥିବା ବେଳେ ଘଟଣାକୁ ନେଇ ପୁଲିସ ତଦନ୍ତ ଜାରିରଖିଥିବା ଜଣାପଡିଛି। ଅନ୍ୟପଟେ ମହିଳା ମାନେ ଏଭଳି ଠକେଇ କରିଥିବା ସମ୍ପୃକ୍ତ ବ୍ୟକ୍ତି ଓ କର୍ମଚାରୀ ମାନଙ୍କ ନାଁରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିବା ସହ ହଡ଼ପ ହୋଇଥିବା ସମସ୍ତ ଟଙ୍କା ଫେରସ୍ତ ପାଇବା ପାଇଁ ପୁଲିସ ପାଖରେ ଦାବି କରିଛନ୍ତି।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories