www.samajalive.in
Saturday, December 6, 2025
17.1 C
Bhubaneswar

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଇସମାଜ ଯୁବ ପରିଷଦର ଜିଲ୍ଲାପାଳଙ୍କୁ ଦାବି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବାସିକ ବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ସମସ୍ୟା ନେଇ କୁଇ ସମାଜ ଯୁବପରିଷଦ କନ୍ଧମାଳ ତରଫରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦିଆଯାଇଛି। ବିଦ୍ୟାଳୟ ଗୁଡ଼ିକରେ ନିୟମିତ ଶିକ୍ଷକ ମାନଙ୍କର ଅଭାବ ତେଣୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନିଯୁକ୍ତି କରାଯାଉ। ଶିକ୍ଷକମାନେ ଗୋଟିଏ ବିଦ୍ୟାଳୟରେ ୧୦ ରୁ ୧୫ ବର୍ଷ ହେବ ଅଛନ୍ତି ଯାହା ଫଳରେ ସେମାନେ ମନ ଇଛା କାର୍ଯ୍ୟ କରୁଥିବା ବେଳେ ଠିକରେ ଶିକ୍ଷା ଦାନ ମଧ୍ୟ କରୁନାହାନ୍ତି। ତେଣୁ ସେମାନଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଉ। ବିଦ୍ୟାଳୟରେ ଖେଳ ଶିକ୍ଷକ ମାନେ ପିଲାଙ୍କ ଶାରୀରିକ ବ୍ୟାୟାମ ଓ ଖେଳ କୁଦ ପ୍ରତି ଧ୍ୟାନ ଦେଉନାହାନ୍ତି ଯାହା ଫଳରେ ପିଲାମାନେ ଖେଳ ସରଞ୍ଜାମ ଏବଂ ପ୍ରଶିକ୍ଷଣ ପାଇପାରୁ ନାହାଁନ୍ତି। ଏଣୁ ସମସ୍ତ ବିଦ୍ୟାଳୟ ଖେଳ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଉ ସେମାନେ ନିଜର କର୍ତ୍ତବ୍ୟ ଠିକ୍ ସେ ପାଳନ କରିବେ। ସରକାରୀ ନିୟମରେ ଆବାସିକ ବିଦ୍ୟାଳୟରେ ସ୍ପେଶିଆଲ କ୍ଲାସ୍ ଓ ଗାଇଡ କ୍ଲାସ ଥିବା ବେଳେ ତାହା କରାଯାଉ ନାହିଁ । ତାହା ବାଧ୍ୟତାମୂଳକ ମୂଳକ କରାଯାଉ ନଚେତ୍ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାରେ ଉନ୍ନତି ହେଉନାହିଁ। କିଛି ଶିକ୍ଷକ ବଜାର ଠାରୁ ବହୁ ଦୂରରେ ନିଯୁକ୍ତି ଦିଆଯାଇ ଥିବାରୁ ସେମାନେ ବିଦ୍ୟାଳୟକୁ ନିୟମିତ ଆସୁନାହାନ୍ତି। ତେଣୁ ନିୟମିତ ବଦଳି ଧାରାକୁ ସଠିକ୍ ଭାବେ ଲାଗୁ କରାଯାଉ। ଦାବିପତ୍ର ପ୍ରଦାନ ସମୟରେ କୁଇ ସମାଜ ଯୁବପରିଷଦ ସାଧାରଣ ସମ୍ପାଦକ ଅଚ୍ୟୁତ ଯାନୀ, ବିଚିତ୍ର ବୀର୍ଯ୍ୟ ପ୍ରଧାନ, ଗୋଲକ ବିହାରୀ କହଁର ପ୍ରମୁଖ ଉପସ୍ଥିତ ଥିଲେ।

ନଖର ଏହି ସଙ୍କେତରୁ ଜାଣନ୍ତୁ ଶରୀରରେ ଅଛି କେଉଁ ଭିଟାମିନର ଅଭାବ..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories