www.samajalive.in
Sunday, December 7, 2025
23.1 C
Bhubaneswar

ମାଡି ଆସୁଛି ମହାବିପତ୍ତି: ଦାନା ବାନ୍ଧୁଛି ବାତ୍ୟା ଆସନା

ନୂଆଦିଲ୍ଲୀ: ଗୁଜୁରାଟ ଉପରେ ମାଡି ଆସୁଛି ମହାବିପତ୍ତି। ଗତ କିଛି ଦିନ ହେବ ଗୁଜୁରାଟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ପରେ ଉବୁଟୁବୁ ହୋଇଉଠିଛି ଗୁଜୁରାଟର ବିଭିନ୍ନ ଅଞ୍ଚଳ । ବିଶେଷ କରି ସୁରତ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି ହେବା ପରେ ଏନଡିଆରଏଫ୍ ଯବାନ ମୂତୟନ ହୋଇଛନ୍ତି। ତେବେ ଆଜି ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଯାହା  ଓମାନ ଉପକୂଳ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି। ବାତ୍ୟାର ନାଁ ରହିବ ଆସନା। ଏହା କ୍ରମଶଃ ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି ଦୁଇ ଦିନ ମଧ୍ୟରେ ଭାରତ ଉପକୂଳଠାରୁ ଦୂରେଇ ଯିବ। ୧୯୭୬ ମସିହାରେ ଓଡିଶାରେ ଏକ ଘୂର୍ଣ୍ଣିବଳୟ ଦେଖାଦେଇଥିଲା। ଏହାପରେ ବାତ୍ୟା ଆସନା ହେଉଛି ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ସାଇକ୍ଲୋନିକ୍ ଝଡ।

ତେବେ ଏହାର ପ୍ରଭାବରେ ଗୁଜୁରାଟରେ ଭୀଷଣ ବର୍ଷା ଜାରି ରହିଛି। ଶନିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ  ଆକଳନ କରିଛି । ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସୁରତ ସହର ଜଳମଗ୍ନ ହୋଇଥିବାବେଳେ ପୋରବନ୍ଦର, ଜୁନାଗଡ , କଚ୍ଚ ଏବଂ ଦେବଭୂମି ଦ୍ଵାରକା ଅଞ୍ଚଳରେ ବି ଭୀଷଣ ବନ୍ୟା ଦେଖିବାକୁ ମିଳିଛି। ସୁରତରେ ରାସ୍ତା ଉପରେ ପାଣି ଲହଡି ମାରୁଥିବାରୁ ଜନଜୀବନ ଏବଂ ଗମନାଗମନ ବାଧାପ୍ରାପ୍ତ ହୋଇଛି। ରାଜକୋଟ ଜିଲ୍ଲା ଲାଟ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ସେଠାରେ ମାତ୍ର ଦୁଇ ଘଣ୍ଟାରେ ୧୧ ଇଞ୍ଚ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories