Patra electronics

ନଖର ଏହି ସଙ୍କେତରୁ ଜାଣନ୍ତୁ ଶରୀରରେ ଅଛି କେଉଁ ଭିଟାମିନର ଅଭାବ..

ସୁନ୍ଦର ନଖ ସଭିଁଙ୍କୁ ପସନ୍ଦ । ସୁସ୍ଥ ଓ ମଜଭୁତ ନଖ କେବଳ ହାତର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ତାହା ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟର ମଧ୍ୟ ସଙ୍କେତ ଦେଇଥାଏ । ଯଦି ନଖ ମଜଭୁତ ଓ ସଠିକ୍‌ ସମୟ ଅନୁସାରେ ବୃଦ୍ଧି ହେଉଛି, ତେବେ ଶରୀର ସୁସ୍ଥ ଥିବାର ଏହା ସଙ୍କେତ ଦେଇଥାଏ । ନିକଟରେ ଜଣେ ଡାଏଟିସିଆନ୍‌ ଏନେଇ ସୂଚନା ପ୍ରଦାନ କରିଛନ୍ତି । ନଖକୁ ଦେଖି ଶରୀରରେ କେଉଁ ଭିଟାମିନର ଅଭାବ ରହିଛି, ତାହା ଜାଣି ପାରିବେ । ଜାଣନ୍ତୁ..

ଆଜି ଏକାଦଶୀରେ ହେଉଛି ଅତ୍ୟନ୍ତ ଶୁଭ ସଂଯୋଗ; ଏହି ୫ ରାଶିଙ୍କ ଚମକିବ ଭାଗ୍ୟ, ହେବ ବଡ ଲାଭ..

ବାରମ୍ବାର ନଖ ଭାଙ୍ଗିବା- ଯଦି ବାରମ୍ବାର ଆପଣଙ୍କ ନଖ ଭାଙ୍ଗୁଛି, କଣରୁ ନଖ ଫାଟୁଛି, ଏହା ଶରୀରରେ ଆଇରନ କମ୍‌ ହେବାର ଲକ୍ଷଣ । ଆଇରନ ଅଭାବକୁ ପୂରଣ କରିବା ପାଇଁ ସବୁଜ ପନିପରିବା, ଡାଲି, ରାଶି, କଳା କିସମିସ ଖାଇବା ଉଚିତ୍‌।

ନଖରେ ଧଳା ଦାଗ-
ନଖରେ ନିୟମିତ ଧଳା ଦାଗ ହେଉଥିଲେ, ଶରୀରରେ ଏହା ଜିଙ୍କ୍‌ ଅଭାବ ହେବାର ସଙ୍କେତ ଦେଇଥାଏ । ଏହି ସମସ୍ୟା ଦୂର କରିବା ପାଇଁ ଚଣା, ଓଟ୍ସ, କାଜୁ, ଡାଲି ଆଦି ନିଜ ଖାଦ୍ୟରେ ସାମିଲ କରନ୍ତୁ।

ଦେଖନ୍ତୁ ଭିଡିଓ; କାର୍‌ କି ପାଲିଙ୍କି ନୁହେଁ ରକେଟରେ ବିଦା ହେଲେ ବର-କନ୍ୟା..

ନଖରେ ଅଧିକ ଧଳା ଦାଗ ହେଉଥିଲେ, ଭିଟାମିନ୍‌ ବି-୧୨ର ଅଭାବ ବୋଲି ସଙ୍କେତ ଦିଏ । ଏଥିପାଇଁ ଅଣ୍ଡା, କ୍ଷୀର ଆଦି ସେବନ କରନ୍ତୁ।

ନଖର ଉପର ଅଂଶ ହଳଦିଆ ଦାଗ ଦେଖାଗଲେ, ଏହା ପ୍ରୋଟିନ୍‌ ଅଭାବରୁ ହୋଇଥାଏ । ଏହି ସମସ୍ୟା ଦୂର ପାଇଁ କ୍ଷୀର, ଅଣ୍ଡା, ବାଦାମ ସେବନ କରନ୍ତୁ।

ନଖର ଉପର ଅଂଶ କଳା ହେଲେ ଏହା ଏକ ପ୍ରକାର ସଂକ୍ରମଣ ସଙ୍କେତ ଦେଇଥାଏ। ଏହାକୁ ଦୂର ପାଇଁ ପାଣି-ଆପଲ୍‌ ସାଇଡର ଭିନେଗାରକୁ ସମାନ ପରିମାଣରେ ମିଶାନ୍ତୁ । ଏଥିରେ ନଖ ବୁଡାଇ କିଛି ସମୟ ରଖନ୍ତୁ । ଏହି ସମସ୍ୟା ଦୂର ହେବ।

ସୃଷ୍ଟି ହେଲା ଲଘୁଚାପ; ୧ ଯାଏଁ ପ୍ରବଳ ବର୍ଷିବ, ଏହି ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି..

Comments are closed.