www.samajalive.in
Monday, December 15, 2025
24.1 C
Bhubaneswar

ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ପାଇଁ ସମ୍ବଲପୁର ପୁଲିସର ଫ୍ଲାଗ ମାର୍ଚ୍ଚ

ସମ୍ବଲପୁର: ନିର୍ବାଚନ ପକ୍ଷପାତ ଓ ଭୟମୁକ୍ତ କରିବା ସହିତ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ନିମନ୍ତେ ନିର୍ବାଚନ ଆୟୋଗର କଡା ନିର୍ଦେଶ ଯୋଗୁଁ ସମ୍ବଲପୁର ପୁଲିସ ପକ୍ଷରୁ ମଙ୍ଗଳବାର ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବିଗତ ଦିନ ଗୁଡିକରେ ସମ୍ବଲପୁର ତଥା ଜିଲାରେ ଅପରାଧିକ ଗତିବିଧି ବେଶ ବୃଦ୍ଧି ପାଇଥିବା ବେଳେ ଗତ ବର୍ଷ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅପରାଧିମାନଙ୍କୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଧରି ପାରି ନାହିଁ ବୋଲି ବିରୋଧି ଦଳଗୁଡିକ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇ ପ୍ରଶାସନ ଉପରେ କଟାକ୍ଷ କରୁଛନ୍ତି।

ଫଳରେ ସମ୍ବଲପୁର ଜିଲାରେ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ଏକ ବିରାଟ ଚ୍ୟାଲେଞ୍ଜ ହୋଇଛି। ଏଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା କରାଯାଉଥିବା କ୍ରମରେ ସମ୍ବଲପୁର ସହରରେ କ୍ରମାଗତ ଭାବରେ ଦ୍ୱିତୀୟ ଦିନ ପାଇଁ ଆଜି ଫ୍ଲାଗ ମାର୍ଚ୍ଚ କରାଯାଇଛି। ସମ୍ବଲପୁର ଜିଲା ଏସପିଙ୍କ ନେତୃତ୍ୱରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଓ ଓଡିଶା ପୁଲିସର ମିଳିତ ଦଳରେ ଅନେକ ପଦାଧିକାରୀଙ୍କ ସହିତ ଶତାଧିକ ସଶସ୍ତ୍ର ଯବାନ ସହିତ ସହରର ସ୍ପର୍ଶକାତର ଅଞ୍ଚଳ ଗୁଡିକରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

- Advertisement -

ସହରର ଲକ୍ଷ୍ମୀ ଟକିଜ ଛକ, ଭିଏସଏସ ମାର୍ଗ, ଜିଲାସ୍କୁଲ ଛକ, ଭୁତାପଡା, ମୋତିଝରନ, ସୁନାପାଲି ଦେଇ ଧନକଉଡା ଠାରେ ଏହି ଫ୍ଲାଗ ମାର୍ଚ୍ଚରେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଜନତାଙ୍କୁ ଭୟମୁକ୍ତ ମତଦାନ ପାଇଁ ସଚେତନ ଓ ସୁରକ୍ଷିତ ବାତାବରଣ ସୁନିଶ୍ଚିତ ବୋଲି ପ୍ରଦର୍ଶନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଓଡିଶାରେ ଶେଷ ହୋଇ ସାରିଥିବା ବେଳେ ରାଜ୍ୟର ସବୁଠାରୁ ହଟ ସିଟ ରୂପେ ପରିଣତ ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ପାଇଁ ଆସନ୍ତା ୨୫ ତାରିଖରେ ମତଦାନ ହେବ। ଇତି ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଏବଂ ଏଥି ଜନିତ ମୃତ୍ୟୁ ଘଟଣା ଘଟି ସାରିଥିବାରୁ ସମସ୍ତଙ୍କ ନଜରରେ ରହିଥିବା ସମ୍ବଲପୁରରେ ନିରପେକ୍ଷ ମତଦାନ କରାଇବା ପ୍ରଶାସନ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories