୮ ଥର ଭୋଟ୍ ଦେଲେ ଯୁବକ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଏଟାରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ଯୁବକ ୮ ଥର ଭୋଟ୍ ଦେଇଥିବା ଦାବି କରୁଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । ଏବେ ପୁଲିସ ଏକ ମାମଲା ରୁଜୁ କରି ଆଗାମୀ ଯାଞ୍ଚ ଜାରି ରଖିଛି ।

ଭିଡିଓରେ ଜଣେ ଯୁବକ ଇଭିଏମ୍ ପାଖରେ ଠିଆ ହୋଇଛି । ସେ ଏହି ଭିଡିଓରେ ୮ ଥର ଭୋଟ୍ ଦେଇଥିବା ଦାବି କରୁଛି । ସମାଜବାଦୀ ପାର୍ଟିର ପ୍ରମୁଖ ଅଖିଳେଶ ଯାଦବ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ସେୟାର କରିଛନ୍ତି । ଏବଂ ସେ ଏହା ଲେଖିଛନ୍ତି କି ଯଦି ନିର୍ବାଚନ ଆୟୋଗଙ୍କୁ ଲାଗୁଛି କି କିଛି ଭୁଲ୍ ଅଛି ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଏହି ଭିଡିଓକୁ ରାହୁଲ ଗାନ୍ଧୀ ମଧ୍ୟ ସେୟାର କରିଛନ୍ତି । ତେବେ ଏନେଇ ଆଗାମୀ ଯାଞ୍ଚ ଜାରି ରହିଛି ।

Comments are closed.