www.samajalive.in
Sunday, December 7, 2025
23.1 C
Bhubaneswar

ଏହି ରାଶିର ଲୋକେ ଆଜି ଧାର୍ମିକ କାର୍ଯ୍ୟରେ ମନ ଦେବେ: ଶନିବାର ରାଶିଫଳ

ମେଷ: ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ମୁକ୍ତା ସଂଗ୍ରହ କରିବାରେ ଯତ୍ନବାନ୍‌ ହେବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଋଣ ପରିଶୋଧ କରିପାରନ୍ତି। ସୁସ୍ଥ ରହିବେ।
ବୃଷ: ଶାସ୍ତ୍ରପଟୁ ହେବେ। ଜଣେ ପୁଣ୍ୟଦେହୀ ବ୍ୟକ୍ତିଭାବେ ଜନସାଧାରଣଙ୍କ ନମସ୍ୟ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ରୂପବାନ୍‌ ହେବେ। ରାଜବଂଶ ପୂଜିତ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।
ମିଥୁନ: ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବାଣିଜ୍ୟ କାରବାର ଧନବୃଦ୍ଧିର କାରଣ ହେବ। ରାଜନୀତିରେ ବିଚକ୍ଷଣ ହେବେ। ସର୍ବଜନପ୍ରିୟ ହୋଇପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ।
କର୍କଟ:ବିଖ୍ୟାତ ଓ ଅଲୌକିକ କାର୍ଯ୍ୟ କରି ଜନପ୍ରିୟ ହେବେ। ସନ୍ମାର୍ଗୀ ହେବେ। ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ହେବେ। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ଅଶାନ୍ତି ଦୂର ହେବ। ସର୍ବତ୍ର ବିଜୟୀ ହେବେ।
ସିଂହ: ସତ୍ୟକୁ ଜୀବନର ଆଧାର କରିପାରନ୍ତି। ଜଣେ ବିଦୁଷୀ ଭାବେ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସତ୍‌ପରାୟଣ ହେବେ। ମିତ୍ରାର୍ଜନେ ତତ୍ପର ହୋଇପାରନ୍ତି। ଧନାଗମ ହୋଇପାରେ।
କନ୍ୟା: ସ୍ବଳ୍ପ ଆୟର ସୂଚନା ମିଳୁଛି। ବନ୍ଧୁ ସହାୟତାରେ ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସମର୍ଥ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଭୋଜନ ତୃପ୍ତିଦାୟକ ହେବ।
ତୁଳା: କେତେକ ମିତ୍ର କରଛଡ଼ା ଦେଇପାରନ୍ତି। ଥଣ୍ଡାକଫରେ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମଧୁର ବାକ୍ୟ ବିନିମୟ କରି ଶତ୍ରୁତାର ଅବସାନ ଘଟାଇପାରନ୍ତି। ସ୍ବାସ୍ଥ୍ୟ ରକ୍ଷାରେ ଧନ ବ୍ୟୟ ହେବ।
ବିଛା: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଶାସ୍ତ୍ରାଭ୍ୟାସୀ ହେବେ। ମନ୍ତ୍ରଣାଦାତା ହୋଇପାରନ୍ତି।
ଧନୁ: ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବାସଗୃହ ସ୍ବାସ୍ଥ୍ୟପ୍ରଦ ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ସବୁକିଛି ମିଳିବ। ଉତ୍ତମ ଗୁଣର ଅଧିକାରୀ ହେବେ। ପରାକ୍ରମଶାଳୀ ଓ ବହୁପୋଷକ ହେବେ।
ମକର: ଧନବାନ୍‌ ହେବେ। ସ୍ତ୍ରୀ ମୋହନକାରୀ ହୋଇପାରନ୍ତି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ଓ ସହଯୋଗ ମିଳିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
କୁମ୍ଭ:ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିର ଆଧିପତ୍ୟ ବିସ୍ତାର କରିପାରନ୍ତି। ବିଭିନ୍ନ ସ୍ତରରୁ ଧନଲାଭର ସୂଚନା ମିଳୁଛି। ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଓ ଉତ୍ସାହପ୍ରଦ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବହୁ ସୁଖକର ଘଟଣାମାନ ଘଟିବ। ମିଷ୍ଟାନ୍ନ ଭୋଜନରେ ଆନନ୍ଦ ଉପଭୋଗ କରିବେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories