BJD Bijuli 480×75 Mob

ଆଜମ ଖାଁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଖାରଜ

BJD Bijuli 480×75 Mob
0

ବଦାଉଁ : ସ୍ଥାନୀୟ ଅଦାଲତ ବୁଧବାର ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିରୋଧରେ ଆଗତ ଦେଶଦ୍ରୋହ ମାମଲାକୁ ଖାରଜ କରିଦେଇଛନ୍ତି। ୨୦୧୦ ଡିସେମ୍ବର ୨୧ରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଜମ ଖାଁ ବିବାଦୀୟ ମନ୍ତବ୍ୟ ଦେବାପରେ ବଜରଙ୍ଗ ଦଳ ନେତା ଉଜ୍ଜ୍ୱଳ ଗୁପ୍ତା ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲେ। ୨୦୧୨ରେ ପୁଲିସ ଅଦାଲତରେ ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲା। ୨୦୧୩ ମେ ୨୪ରେ ଅଦାଲତ ଏହି ରିପୋର୍ଟକୁ ଭିତ୍ତିହୀନ ଦର୍ଶାଇ ପୁଲିସକୁ ପୁନଃ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଅଦାଲତରେ ସାନି ପ୍ରମାଣ ଉପସ୍ଥାପନ କରିଥିଲା। ଅଦାଲତଙ୍କ ଏହି ରାୟ ପ୍ରତିବାଦରେ ଉଜ୍ଜ୍ୱଳ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Leave A Reply