nua o banner

୩୭,୧୬୨ ରେଳପୋଲ ଶହେ ବର୍ଷ ପୁରୁଣା

BSKY banner  750×100
0

ନୂଆଦିଲ୍ଲୀ : ଦେଶରେ ଥିବା ପ୍ରାୟ ୩୭,୧୬୨ ରେଳପୋଲ ଶହେ ବର୍ଷ ପୁରୁଣା ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ ବୁଧବାର ଲୋକସଭାକୁ ସୂଚିତ କରିଛନ୍ତି। ଏଥିମଧ୍ୟରୁ ଉତ୍ତରାଞ୍ଚଳ ରେଳବାଇ ଜୋନ୍‌ରେ ୮୬୯୧ଟି ପୋଲ ଥିବାବେଳେ କେନ୍ଦ୍ରାଞ୍ଚଳରେ ୪୭୧୦, ପୂର୍ବାଞ୍ଚଳରେ ୩୧୧୯, ଦକ୍ଷିଣ-କେନ୍ଦ୍ର ଜୋନରେ ୩୦୪୦ ଓ ପଶ୍ଚିମାଞ୍ଚଳରେ ୨୮୫୮ଟି ଏଭଳି ପୋଲ ରହିଛି। ଏହି ପୋଲଗୁଡିକ ଅତ୍ୟନ୍ତ ପୁରୁଣା ହୋଇଥିଲେ ସୁଦ୍ଧା ନିୟମିତ ରକ୍ଷଣାବେକ୍ଷଣ ଯୋଗୁଁ ଏହା ଉପରେ ଟ୍ରେନଗୁଡିକ ଅନାୟାସରେ ଯାତାୟାତ କରିପାରୁଛି ବୋଲି ଗୋହେନ କହିଛନ୍ତି। ବର୍ଷରେ ଏହି ପୋଲଗୁଡିକୁ ଦୁଇଥର ଯାଞ୍ଚ କରାଯାଇଥାଏ। ବର୍ଷା ଋତୁ ପୂର୍ବରୁ ଓ ବର୍ଷା ଋତୁ ପରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥାଏ ବୋଲି ସେ ଗୃହକୁ ଜଣାଇଛନ୍ତି। ବିଗତ ପାଞ୍ଚବର୍ଷ ମଧ୍ୟରେ ପୁରୁଣା ପୋଲ ମଧ୍ୟରୁ ୩୬୭୫ଟି ପୋଲର ମରାମତି କାର୍ଯ୍ୟ କରାଯାଇଛି। ଯେଉଁଠାରେ ମରାମତି ପାଇଁ ଦୀର୍ଘ ସମୟ ଲାଗିଥାଏ, ସେଠାରେ ଟ୍ରେନଗୁଡିକର ବେଗକୁ ହ୍ରାସ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ଗୋହେନ ଜଣାଇଛନ୍ତି।

Leave A Reply