BJD Bijuli 480×75 Mob

ବରିଷ୍ଠ ଆଇପିଏସଙ୍କୁ ବାଧ୍ୟତାମୂଳକ ଅବସର

BJD Bijuli 480×75 Mob
0

ଜୟପୁର : ରାଜସ୍ଥାନ ସରକାର ଇତିମଧ୍ୟରେ ରାଜ୍ୟର ବରିଷ୍ଠ ଆଇପିଏସ ଅଫିସର ଇନ୍ଦୁ କୁମାର ଭୂଷଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୧୯୮୯ ବ୍ୟାଚ୍‌ ରାଜସ୍ଥାନ କ୍ୟାଡର ଏହି ଅଫିସର ଅତୀତରେ ଏକାଧିକ ବୟାନ ଦେଇ ବିବାଦୀୟ ହୋଇପଡିଥିଲେ। ସରକାରୀ ପଦାଧିକାରୀ ହୋଇଥିବା ସତ୍ତ୍ୱେ ତାଙ୍କର ଆଚରଣରେ ପରିବର୍ତ୍ତନ ଘଟୁନଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୫୨ ବର୍ଷୀୟ ଇନ୍ଦୁ କୁମାର ଅତୀତରେ ରାଜସ୍ଥାନ ରାଜ୍ୟପାଳଙ୍କ ସାଧାରଣ ଜ୍ଞାନକୁ ନେଇ ପ୍ରଶ୍ନ ଉତ୍‌ଥାପନ କରିଥିବାବେଳେ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ନିୟମିତ ଭାବେ ଦୁର୍ନୀତି ଅଭିଯୋଗ ଆଣୁଥିଲେ। ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ରାଜ୍ୟ ସରକାର ଗତବର୍ଷ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ଲୋଡିଥିଲେ।

Leave A Reply