nua o banner

କୃଷ୍ଣସାର ମୃଗ ଶିକାର ମାମଲା; ଗୁରୁବାର ଶୁଣାଣି, ଯୋଧପୁରରେ ପହଞ୍ଚିଲେ ସଲମାନ, ସୈଫ

BSKY banner  750×100
0

ଯୋଧପୁର: ବୁଧବାର ଯୋଧପୁରରେ ପହଞ୍ଚିଛନ୍ତି ଅଭିନେତା ସଲମାନ ଖାନ। କୃଷ୍ଣସାର ମୃଗ ଶିକାର ମାମଲାରେ ଗୁରୁବାର ଯୋଧପୁର କୋର୍ଟରେ ଶୁଣାଣି ହେବାର ରହିଛି। ଏହି ମାମଲାରେ ସଲମାନଙ୍କ ସହ ବଲିଉଡ ତାରକା ସୈଫ ଅଲ୍ଲୀ ଖାନ, ତବୁ, ନୀଲମ ଓ ସୋନାଲି ବେନ୍ଦ୍ରେ ମଧ୍ୟ ଅଭିଯୁକ୍ତ ରହିଛନ୍ତି। ୧୯୯୮ର ଏହି ମାମଲାର ଶୁଣାଣି କାଲି ହେବ। ସେହିପରି ଅଭିନେତା ସୈଫ ଅଲ୍ଲୀ ଖାନ ମଧ୍ୟ ଯୋଧପୁରରେ ପହଞ୍ଚିସାରିଛନ୍ତି। ୧୯୯୮ ମସିହାରେ ଯୋଧପୁରରେ ହମ୍‌ ସାଥ୍‌ ସାଥ୍‌ ହୈ ଫିଲ୍ମ ଶୁଟିଂ ସମୟରେ କୃଷ୍ଣସାର ମୃଗ ଶିକାର ନେଇ ଅଭିଯୋଗ ଆସିଥିଲା।

Leave A Reply