www.samajalive.in
Monday, December 8, 2025
14.1 C
Bhubaneswar

ଆଶ୍ଚର୍ଯ୍ୟ ହେବେ : ଦେଖନ୍ତୁ ଭିଡିଓ, ପ୍ରବଳ ବର୍ଷା ପରେ ଆକାଶରୁ ହେଲା ପୁଳା ପୁଳା ମାଛ ବର୍ଷା..

ନୂଆଦିଲ୍ଲୀ : ଆକାଶରୁ କେତେକ ସମୟରେ ଏପରି କିଛି ଜିନିଷ ଖସି ଥାଏ. ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ। ଯେପରି ମହାକାଶ ଯାନର ଅପରିଷ୍କାର ଜିନିଷ, ବିମାନର ଅନାବନା ଜିନିଷ। ତେବେ ନିକଟରେ ଏପରି ହିଁ ଏକ ଘଟଣା ଇରାନରେ ଘଟିଛି। ସୋମବାରରେ ଯାସୁଜ ଅଞ୍ଚଳରେ ପ୍ରବଳ ବର୍ଷା ସମୟରେ ଆକାଶରୁ ମାଛ ବର୍ଷା ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଆକାଶରୁ ଖସିଥିବା ମାଛ ଗୁଡିକ ଜୀବିତ ଥିଲେ। ଛଟପଟ ହେଉଥିଲେ। ଯେପରି ତୁରନ୍ତ ନଦୀରୁ ବାହାରିବା ଭଳି ମନେ ହେଉଛି। ଜଣେ ସ୍ଥାନୀୟ ବାସିନ୍ଦା ଏହି ଭିଡିଓ କରିଛନ୍ତି। ଯେଉଁଥିରେ ଦେଖାଯାଉଛି, ମାଛ ଗୁଡିକ ଆକାଶରୁ ଖସି ତଳେ ପଡୁଛି।

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

- Advertisement -

ଭିଡିଓ ତିଆରି କରୁଥିବା ବ୍ୟକ୍ତି ଭୂମି ଠାରୁ ଏକ ମାଛ ଉଠାଇ ଦେଖାଉଛନ୍ତି, ଯାହା ଜୀବିତ ଅଛି। ଏହି ଘଟଣା ଇରାନର ଏକ ସହରରେ ପ୍ରବଳ ବର୍ଷା ଝଡ ତୋଫାନ ହେବା ପରେ ଘଟିଛି। ଏହି ଛୋଟ ସହର ସମୁଦ୍ର ତଟରୁ ପ୍ରାୟ ୨୮୦ କିଲୋମିଟର ଦୂର। ଇରାନରେ ପ୍ରବଳ ବର୍ଷା ହେବା ପରେ ଦେଶର ପ୍ରାୟ ୨୧ଟି ଅଞ୍ଚଳରେ ବନ୍ୟା ଆସିଥିଲା। ଆକାଶରୁ ମାଛ ଖସିବା ବାଷ୍ପ କାରଣରୁ ହୋଇନଥାଏ। ଯେମିତି କି ବର୍ଷା ହୋଇଥାଏ। ମାଛ ଆକାଶରୁ କିଭଳି ଖସୁଛି, ଏ ବିଷୟରେ ବୈଜ୍ଞାନିକ ମଧ୍ୟ ସଠିକ୍ କାରଣ ପାଇ ନାହାଁନ୍ତି।

ଗୁରୁଙ୍କ ରାଶି ପରିବର୍ତ୍ତନ ; ଏହି ୩ ରାଶିଙ୍କର ଧନହାନୀ ସହ ହୋଇପାରେ ଅନେକ ସମସ୍ୟା..

ସାଧାରଣତଃ ଘୂର୍ଣ୍ଣିବଳୟ ଯୋଗୁଁ ଏହା ଘଟେ। ଜଳ ଉପରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ଜଳପ୍ରବାହ କୁହାଯାଏ। ଏହି ଜଳପ୍ରବାହ ପୋଖରୀ କିମ୍ବା ସମୁଦ୍ରର ଜଳକୁ ନିଜ ଆଡକୁ ଟାଣେ ଏବଂ ଏହି ଜଳ ସହିତ ମାଛ ଏବଂ ଅନ୍ୟ ଜୀବମାନେ ମଧ୍ୟ ଉପରକୁ ଯାଆନ୍ତିା ତା’ପରେ ଏହି ମାଛଗୁଡ଼ିକ ପବନର ଗତିରେ ଗତି କରନ୍ତି ଏବଂ ଯେତେବେଳେ ପବନ ଦୁର୍ବଳ ହୁଏ, ସେମାନେ ପୁନର୍ବାର ଭୂମିରେ ପଡ଼ନ୍ତିା ଏମାନେ ପ୍ରାୟତଃ ଅନେକ ମାଇଲ ଦୂରରେ ଅନ୍ୟ କିଛି ସ୍ଥାନରେ ପଡ଼ନ୍ତିା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories